ଶ୍ରୀଲଙ୍କାର ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ – Kalinga News
[ad_1]
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନର ପ୍ରଥମ ଲଢ଼େଇରେ ଶ୍ରୀଲଙ୍କା ଲଜ୍ଜାଜନକ ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ମାତ୍ର ୭୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ନିଜର ସର୍ବନିମ୍ନ ଦଳଗତ ସ୍କୋର୍ କରିବାର ଅଲୋଡ଼ା ରେକର୍ଡ କରିଛି। ସୋମବାର ଏସୀୟ ପାୱାର ହାଉସ୍ ଶ୍ରୀଲଙ୍କା ଏଭଳି ଦୁର୍ବଳ ଓ ଦୟନୀୟ ବ୍ୟାଟିଂ କରିଥିଲା ଯେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ଆଗରେ ଏକ କ୍ଲବ୍ ଦଳ ଭଳି ପ୍ରତିୟମାନ ହୋଇଥିଲା। ଯାହା ଏହି ଦଳର ପ୍ରଶଂସକଙ୍କୁ ବିସ୍ମିତ କରିଛି। ବିଶେଷଜ୍ଞ ମଧ୍ୟ ସିଂହଳୀ ଦଳର ଏଭଳି ବିପର୍ଯ୍ୟୟକୁ ବିଶ୍ବାସ କରି ପାରୁନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଜଣା ଓ ଅପରିଚିତ ପିଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ହିଁ ଶ୍ରୀଲଙ୍କା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ସେହିଭଳି ସ୍ଥାନୀୟ ପାଗ ଓ ପରିବେଶକୁ ଆଦୌ ବୁଝି ପାରି ନଥିଲେ ଏହି ଦଳର ବ୍ୟାଟର୍। ଫଳରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦଳ ୮୦ ରନ୍ ବି ଛୁଇଁ ପାରି ନଥିଲା। ଏହିକ୍ରମରେ ୨୦୧୬ ମସିହାରେ ବିଶାଖାପାଟଣାରେ ଭାରତ ବିପକ୍ଷରେ କରିଥିବା ୮୨ ରନ୍ ତଳକୁ ଖସିଥିଲା ଶ୍ରୀଲଙ୍କା। ସେପଟେ ଆଇପିଏଲ୍ରେ ମହଙ୍ଗା ବୋଲିଂ କରି ସମାଲୋଚିତ ହୋଇଥିବା ଅନରିକ ନର୍ଖିୟା ନ୍ୟୁୟର୍କର ଉଠା ପିଚ୍ ଓ ଢିଲା ଆଉଟ୍ ଫିଲ୍ଡର ପୂରା ଫାଇଦା ନେଇ ନିଜ ଜୀବନର ସବୁଠୁ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ। ଆଜି ତାଙ୍କ ବୋଲିଂ ଚିତ୍ର ଥିଲା ୪-୦-୭-୪। ଏହି ସଂଖ୍ୟା ଖେଳ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର ସବୁଠାରୁ ମିତବ୍ୟୟୀ ସ୍ପେଲ୍ର ମାନ୍ୟତା ପାଇଥିଲା। ନର୍ଖିୟାଙ୍କୁ ଦକ୍ଷିଣ ଆଫ୍ରିକାର ଦକ୍ଷ ସ୍ପିନର୍ କେଶବ ମହାରାଜ (୨/୨୨) ଓ ଅନ୍ୟତମ ସ୍ପିଡଷ୍ଟର୍ କାଗିସୋ ରବାଡା (୨/୨୧) ଭରପୂର ସହଯୋଗ କରିଥିଲେ। ଏହି ତିନିଜଣ ୮ ୱିକେଟ୍ ବାଣ୍ଟି ନେବା ପରେ ଶ୍ରୀଲଙ୍କା ନିଜ ଟ୍ବେଣ୍ଟି-୨୦ ଇତିହାସର ସବୁଠୁ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲର ଏମିତି ଅଗ୍ନିବର୍ଷୀ ବୋଲିଂ କରିଥିଲେ ଯେ ଶ୍ରୀଲଙ୍କାର ୪ଜଣ ବ୍ୟାଟର୍ ଖାତା ଖୋଲି ପାରି ନଥିଲେ। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ (୧୬)ଙ୍କ ସହ କେବଳ କାମିନ୍ଦୁ ମେଣ୍ଡିସ୍ (୧୧) ଓ କୁଶଲ ମେଣ୍ଡିସ୍ (୧୯) ଦୁଇ ଅଙ୍କ ଛୁଇଁ ପାରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ୧୯.୧ ଓଭରରେ ୭୭ (କୁଶଲ ମେଣ୍ଡିସ୍ ୧୯, ଆଞ୍ଜେଲୋ ମାଥ୍ୟୁସ ୧୬, କାମିନ୍ଦୁ ମେଣ୍ଡିସ୍ ୧୧, ଅନରିକ ନର୍ଖିୟା ୪/୭, କାଗିସୋ ରବାଡା ୨/୨୧, କେଶବ ମହାରାଜ ୨/୨୨, ଓଟେନିଲ୍ ବାର୍ଟମ୍ୟାନ୍ ୧/୯)।
[ad_2]