ମୁହଁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, କାରଣ ଜଣାଇଲେ ଉର୍ଫି – Kalinga News

[ad_1]
ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି କିଛି ମାସ ତଳେ କହିଥିଲେ ଯେ, ପୋଷାକ ପିନ୍ଧିଲେ ଆଲର୍ଜି ହେଉଥିବାରୁ ସେ କମ ପୋଷାକ ପିନ୍ଧୁଛନ୍ତି। ଏବେ ଉର୍ଫି ପୁଣି ତାଙ୍କ ଆଲର୍ଜିର ଫଟୋ ସେୟାର କରିଛନ୍ତି। ଇନଷ୍ଟାରେ ଫଟୋ ସେୟାର କରି ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ଲାଷ୍ଟିକ ସର୍ଜରୀ ନୁହେଁ, ଆଲର୍ଜି।
କିଛି ଦିନ ହେବ ଉର୍ଫିଙ୍କ ଓଠ ଓ ଆଖି ଫୁଲିଥିବାରୁ ତାଙ୍କୁ ଟ୍ରୋଲ କରାଯାଉଥିଲା। ସେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ବୋଲି ଟ୍ରୋଲର୍ସ କହିବା ଆରମ୍ଭ କରିଥିଲେ। ଏବେ ଏହା ଉପରେ ପ୍ରତିକ୍ରିୟା ରଖି ଉର୍ଫି ଲେଖିଛନ୍ତି, ଲୋକେ କହୁଛନ୍ତି ଯେ, ମୁଁ ପ୍ଲାଷ୍ଟିକ ସର୍ଜରୀ କରିଛି। ହେଲେ ମୋର ଆଲର୍ଜି ହେତୁ ମୁହଁ ଫୁଲିଛି, ଅନ୍ୟ କୌଣସି କାରଣ ପାଇଁ ନୁହେଁ। ଏବେ ଏହାର ଚିକିତ୍ସା ଚାଲିଛି। ଆଗକୁ ମୋ ମୁହଁ ଫୁଲିଥିବାର ଦେଖିଲେ ପ୍ଲାଷ୍ଟିକ ସର୍ଜରୀ କଥା କହିବ ନାହିଁ।
[ad_2]