ମନୋରଞ୍ଜନ

ରାଗରେ ଭାରତ ଚାଲିଆସିଥିଲେ ଦଲଜିତ୍, ଏବେ ସ୍ବାମୀଙ୍କ ପାଖକୁ ଫେରିବାକୁ ଚାହୁଛନ୍ତି କି ଅଭିନେତ୍ରୀ? – Kalinga News

[ad_1]

ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସେ ନିଖିଲଙ୍କ ଉପରେ ଧୋକା ଦେବାର ଆରୋପ ମଧ୍ୟ ଲଗାଇଛନ୍ତି। ହ‌େଲେ ଦଲଜିତ କୌରଙ୍କ ଏସବୁ ଅଭିଯୋଗକୁ ମିଛ ବୋଲି କହିସାରିଛନ୍ତି ନିଖିଲ। ଯେଉଁଦିନ ନାଇରୋବି ଛାଡ଼ି ଭାରତ ଚାଲିଗଲେ ସେହି ଦିନ ଆମ ସମ୍ପର୍କ ଭାଙ୍ଗିଗଲା ବୋଲି କହିଥିଲେ ନିଖିଲ। ଏହା ସହ ଆମେ ବିବାହ କରିଛୁ ବୋଲି କୌଣସି ଆଇନଗତ ପ୍ରମାଣ ନାହିଁ ବୋଲି ନିଖିଲ କହିଥିଲେ। ଏସବୁ ପରେ ବି ଦଲଜିତ୍ ବିବାହର ଭିଡିଓ ସେୟାର କରିଥିଲେ।

ଏହା ସହ ସେ ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଥିଲା ଯେ, “ମୋର ସବୁ ଜିନିଷ ‌ନାଇରୋବିରେ ଅଛି। ବ୍ୟାଗଠାରୁ ଆରମ୍ଭ କରି ବିବାହରେ ପିନ୍ଧିଥିବା ଚୁଡ଼ା ପର୍ଯ୍ୟନ୍ତ ସବୁ ସେଠାରେ ଅଛି। ଏହା ସତ୍ତ୍ବେ ବି ସେ ବିବାହର ପ୍ରମାଣ ମାଗୁଛନ୍ତି।” ଏଭଳି ଲେଖିବା ପରେ ସେ ଉଭୟ ବିବାହର ଭିଡିଓ ଓ ଏହି ପୋଷ୍ଟକୁ ହଟାଇ ଦେଇଥିଲେ।

ତାଙ୍କର ଏଭଳି ହାବଭାବ ଦେଖି ସେ ପୁଣି ଥରେ ନିଖିଲଙ୍କ ପାଖକୁ ଫେରିବାକୁ ଚାହୁଥିବା କଥା ଲୋକେ କହିବା ଆରମ୍ଭ କରିଛନ୍ତି। ହେଲେ ନିଖିଲଙ୍କ ପ୍ରତିକ୍ରିୟାରୁ ସେ ବି ସମାନ କଥା ଚାହୁଥିବା ଜଣାପଡ଼ୁନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button