ଭଗବାନଙ୍କୁ ଧନ୍ୟବାଦ ମୋ ଚାରିପାଖେ ଭାଇ ଥିବାର ଅନୁଭବ କରାଇଥିବାରୁ: – Kalinga News

[ad_1]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସୋସିଆଲ ମିଡିଆରେ ଖୁବ ସକ୍ରିୟ । ସେ ପ୍ରାୟତଃ ସ୍ୱର୍ଗତ ଭାଇ ସୁଶାନ୍ତଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ସେୟାର କରିଥାଆନ୍ତି। ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ କୀର୍ତ୍ତି କେଦାରନାଥ ଦର୍ଶନରେ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେଠାରୁ ଫେରିବା ପରେ ଗତ ଶନିବାର (ଜୁନ୍ ୨)) ଶ୍ୱେତା ସିଂ କୀର୍ତ୍ତି କେଦାରନାଥ ଗସ୍ତର କିଛିଫଟୋ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ସେ ତାଙ୍କ ସ୍ୱର୍ଗତ ଭାଇଙ୍କ ସହ ମନ୍ଦିର ପରିସରରେ ଧ୍ୟାନ କରୁଥିବାର ଫଟୋ ସେୟାର କରିଥିଲେ। ଏଥିସହିତ ସେ ସେଠାରେ ଜଣେ ସାଧୁଙ୍କଠାରୁ ଆଶୀର୍ବାଦ ନେଉଥିବାର ଅନ୍ୟ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଯାହାଙ୍କୁ ସୁଶାନ୍ତ ମଧ୍ୟ କିଛି ବର୍ଷ ପୂର୍ବେ ଭେଟିଥିଲେ।
ଫଟୋ ପୋଷ୍ଟ କରି ଏକ ଲମ୍ବା କ୍ୟାପସନରେ କୀର୍ତ୍ତି ଲେଖିଛନ୍ତି, “ଆଜି ଜୁନ୍ ୧ ଏବଂ ଚାରି ବର୍ଷ ପୂର୍ବେ ଏହି ମାସର ୧୪ ତାରିଖରେ ଆମେ ଆମର ପ୍ରିୟ ସୁଶାନ୍ତଙ୍କୁ ହରାଇ ଦେଇଥିଲୁ। ଆଜି ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତ ମୃତ୍ୟୁର କାରଣ ଖୋଜୁଛନ୍ତି।
ନିକଟରେ ମୁଁ କେଦାରନାଥଙ୍କୁ ପ୍ରାର୍ଥନା କରିବାକୁ ଯାଇଥିଲି। ସେଠାକୁ ଯିବାପରେ ମୋତେ ଯେମିତି ଲାଗିଲା ଭାଇ ମୋର ପାଖରେ ଅଛି। କେଦାରନାଥରେ ପହଞ୍ଚିବା ମାତ୍ରେ ମୋ ଆଖିରୁ ଆପଣାଛାଏଁ ଲୁହ ଝରିବାକୁ ଲାଗିଲା। ମୁଁ କିଛି ସମୟ ଚାଲିବାକୁ ଲାଗିଲି କିନ୍ତୁ ଶେଷରେ ମୋତେ ବସି କାନ୍ଦିବାକୁ ପଡିଲା ।କାରଣ ମୁଁ ସୁଶାନ୍ତଙ୍କୁ କ୍ରମାଗତ ଭାବେ ମୋ ଚାରିପାଖରେ ଉପସ୍ଥିତି ଥିବା ଅନୁଭବ କରୁଥିଲି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ମୁଁ କାରରେ ବସି କେଦାରନାଥ ଯାତ୍ରା କରିବା ସମୟରେ ଇଣ୍ଟରନେଟ ସଂଯୋଗ ହୋଇ ପାରୁ ନଥିଲା। ମୁଁ ଇନଷ୍ଟାଗ୍ରାମ ଖୋଲିଲା ବେଳକୁ କେବଳ ସୁଶାନ୍ତଙ୍କ ଏକ ଫଟୋ ଆସିଥିଲା। ଏହି ଫଟୋରେ ସୁଶାନ୍ତ କେଦାରନାଥରେ ଜଣେ ସାଧୁଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।
ଏହି ଫଟୋ ଦେଖି ମୁଁ ବୁଝିଗଲି ମୋତେ ସେହି ସାଧୁଙ୍କୁ ଭେଟିବାକୁ ପଡିବ। ଏହି ଘଟଣା ଘଟିବା ପରେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଇଛି। ମୋର ଚାରିପାଖେ ଭାଇର ଏଭଳି ଉପସ୍ଥିତିକୁ ଅନୁଭବ କରାଇ ଦେଇଥିବାରୁ।’
[ad_2]




