ଅପରାଧ

ରବିନାଙ୍କ ନାମରେ ଅଭିଯୋଗ: ‘ମୋର ମା’ଙ୍କୁ ମାଡ଼ ମାରି ଫଟାଇ ଦେଇଛନ୍ତି ମୁଣ୍ଡ’ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ରବିନାଙ୍କୁ କିଛିଲୋକ ଠେଲିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ବୋଲି କୁହାଯାଉଛି। ଭାଇରାଲ ଭିଡିଓରେ କିଛିଲୋକ ରବିନାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଅଭିଯୋଗ କରୁଛନ୍ତି କି ରବିନାଙ୍କ ଗାଡ଼ି ଚାଳକ ଜଣେ ବୃଦ୍ଧା ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି।

ଭିଡିଓରେ ଜଣେ ବ୍ୟକ୍ତି କହୁଥିବା ଶୁଣିବାକୁ ମିଳିଛି ଯେ ରବିନା ଟଣ୍ଡନଙ୍କ ଡ୍ରାଇଭର ତାଙ୍କ ମା’ଙ୍କୁ ଆଘାତ ଦେଇଛନ୍ତି। ଆଉ କେହି ପୁଲିସକୁ ଡାକିବା କଥା କହୁଥିବା ବେଳେ ଜଣେ ରବିନାଙ୍କ ହାତ ଧରି ଟାଣିବା ସହିତ ଠେଲି ଦେଉଛନ୍ତି।

 

ରବିନାଙ୍କ ଗାଡ଼ି ଚାଳକଙ୍କ ବିରୋଧରେ ଅଭିଯୋଗ କରି ପୀଡ଼ିତ ମହମ୍ମଦ କହିଛନ୍ତି, “ମୁଁ ବାନ୍ଦ୍ରାରେ ରୁହେ। ମୋ ମା, ଭଉଣୀ ଏବଂ ଭଣିଜୀ ସମସ୍ତେ ଝିଅ ଦେଖିବାକୁ ଯାଇଥିଲେ। ସେମାନେ ସେଠାରୁ ଫେରୁଥିବା ବେଳେ ରବିନା ଟଣ୍ଡନଙ୍କ ଘର ନିକଟରେ ଅଭିନେତ୍ରୀଙ୍କ ଚାଳକ ମୋ ମା’ଙ୍କ ଉପରେ କାର ଚଢ଼ାଇ ଦେଇଥିଲେ।

ଯେତେବେଳେ ମୁଁ ତାଙ୍କୁ ପଚାରିଥିଲି – ତୁମେ କଣ କରୁଛ? ସେ ରାଗରେ ମୋ ଭଣିଜୀ ଉପରେ ଆକ୍ରମଣ କରି ମାଡ଼ ମାରିଥିଲେ। ଏହାପରେ ରବିନା ଘରୁ ବାହାରି ଆସି ମୋ ମା’ଙ୍କୁ ନିଶାରେ ମାଡ଼ ମାରିଥିଲେ। ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଥାନାରେ ଏନେଇ ମାମଲା ରୁଜୁ କରିବାକୁ ଯାଇଥିଲେ ହେଁ ଆମର ଅଭିଯୋଗ ଗ୍ରହଣ କରାଯାଇ ନଥିଲା। ବରଂ ବୁଝାମଣା କରିବାକୁ କହି ଖାର ପୁଲିସ ଆମକୁ ଫେରାଇ ଦେଇଥିଲା।’

ଏହି ଘଟଣାକୁ ନେଇ ଖାର ପୁଲିସ ଅଧିକାରୀ କହିଛନ୍ତି, ‘ଆମକ ପାଖକୁ ମହମ୍ମଦଙ୍କ ପକ୍ଷରୁ କୌଣସି ପ୍ରକାର ଅଭିଯୋଗ ଆସିନାହିଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button