ମନୋରଞ୍ଜନ

ସନ୍ଧ୍ୟାରେ ବନାନ୍ତୁ ଗରମା ଗରମ ମେଗି ପକୋଡି, ଶୀତୁଆ ପାଗରେ ଦେବ ମୁସମୁସିଆ ସ୍ୱାଦ

ଥଣ୍ଡାର ଏହି ଋତୁରେ ସ୍ନାକସରେ କିଛି ଗରମା ଗରମ ନିଶ୍ଚୟ ଖାଇବାକୁ ମନ ହୋଇଥାଏ। ଖାସ୍‌ କରି ସଂଧ୍ୟାରେ ପକୋଡି ଖାଇବାର ମଜା କିଛି ଅଲଗା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସ୍ପେଶାଲ ‘ମ୍ୟାଗି ପକୋଡି’ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି ସମ୍ପର୍କରେ।

ଆବଶ୍ୟକ ସାମଗ୍ରୀ

ମ୍ୟାଗି ବା ନୁଡୁଲ୍ସ – ୧୫୦ ଗ୍ରାମ

ଲୁଣ – ୧/୨ ଚାମଚ

ଲଙ୍କା ପାଉଡର – ୨ ଟେବୁଲ ଚାମଚ

ମକା ଅଟା – ୨ ଟେବୁଲ ଚାମଚ

ଚିଜ୍‌ କ୍ୟୁବସ୍‌ – ୧/୨ କପ୍‌

ସିମଲା ଲଙ୍କା – ୧/୨ ଟେବୁଲ ଚାମଚ

ରିଫାଇନଡ୍‌ ତେଲ – ୨ କପ୍‌

ପାଣି – ଆବଶ୍ୟକଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ସିମଲା ଲଙ୍କାକୁ ଧୋଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।

-ପ୍ୟାନରେ ପାଣି ଗରମ କରି ମ୍ୟାଗି ଏବଂ ନୁଡୁଲ୍ସକୁ ଫୁଟାନ୍ତୁ। ଯେତେବେଳେ ମ୍ୟାଗି ସିଝିଯିବ ତାହାକୁ ପାତ୍ରରେ ବାହାରକୁ ବାହାର ଦିଅନ୍ତୁ।

-ଆଉ ଗୋଟେ ପାତ୍ରରେ ସିମଲ ଲଙ୍କା, ଚିଜ କ୍ୟୁବସ, ଲୁଣ ଏବଂ ଲଙ୍କା ପାଉଡର ମିକ୍ସ କରନ୍ତୁ। ଏହାପରେ ଏହାପରେ ଏଥିରେ ସିଝାଇ ରଖିଥିବା ମ୍ୟାଗିକୁ ମିଶାଇ ଦିଅନ୍ତୁ।

-କଡାରେ ତେଲ ଗରମ କରନ୍ତୁ। ଏବେ ମ୍ୟାଗିର ମିଶ୍ରଣକୁ ପକୋଡିର ସେପ୍‌ ଦେଇ ତେଲରେ ଛାଣି ଦିଅନ୍ତୁ। ଏହାପରେ ଏହାକୁ ଡିପ୍‌ ଫ୍ରାଏ କରି ବାହାରକୁ କାଢ଼ି ଦିଅନ୍ତୁ।

-ଏବେ ଆପଣଙ୍କର ମ୍ୟାଗି ପକୋଡି ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button