ରାଜନୀତି

ଇଭିଏମ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌: ଚତୁର୍ଥ ପର୍ଯ୍ୟାୟରେ ୬୮% ମତଦାନ – Kalinga News

[ad_1]


ଭୁବନେଶ୍ବର: ପ୍ରବଳ ଗରମ ଓ ଗୁଳୁଗୁଳି ପରିବେଶ ମଧ୍ୟରେ ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ଏଥିରେ ୬୫% ମତଦାନ ହୋଇଥିବା ଜଣାପଡ଼ିଛି।

ଆଜିର ମତଦାନ ପରେ ମୋଟ୍ ୪୮ ଆସନରେ ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଜୁନ୍‌ ୪ରେ ଭୋଟ୍ ଗଣତି ପରେ କାହାକୁ ଭୋଟର ବିଜୟ ମୁକୁଟ ପିନ୍ଧାଉଛନ୍ତି ଜଣାପଡ଼ିବ। ଭାରତ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ୬୮.୧୩%, ଭଦ୍ରକରେ ୫୮.୨୧%, ଜଗତସିଂହପୁରରେ ୭୩.୦୬%, ଯାଜପୁରରେ ୬୭.୬୫%, କେନ୍ଦ୍ରାପଡ଼ାରେ ୬୮.୬୪%, ମୟୂରଭଞ୍ଜରେ ୬୯.୧୨% ମତଦାନ ହୋଇଛି। ସେହିପରି ବିଧାନସଭା ଆସନ ମଧ୍ୟରେ ‌ବାଙ୍ଗିରିପୋଷିରେ ସର୍ବାଧିକ ୭୭.୫୨% ମତଦାନ ହୋଇଛି। ବହୁ ବୁଥ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିବାର ରବିବାର ମୋଟ୍ ମତଦାନ ହାର ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ଆଜି ସକାଳ ୭ଟାରୁ ରାଜ୍ୟର ୧୦୮୮୨ଟି ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା। କାଁ ଭାଁ ‌ମତଦାନ କେନ୍ଦ୍ରକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ମତଦାନ କେନ୍ଦ୍ରରେ ମତଦାତାଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ଗଣତନ୍ତ୍ର ଏହି ମହାପର୍ବରେ ମତଦାତାମାନେ ଆଗ୍ରହର ସହ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବାକୁ ଲମ୍ବା ଧାଡ଼ି ଲଗାଇଥିଲେ। ୬ଟି ସଂସଦୀୟ କ୍ଷେତ୍ରର ସବୁ ଅଞ୍ଚଳରେ ସମସ୍ତ ବର୍ଗର ମତଦାତା ଭୋଟ୍ ଦେବାକୁ ଆସିଥିଲେ। ସବୁ ବୁଥ୍‌ରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସମୟ ଧାର୍ଯ୍ୟ ହୋଇଥିଲେ ହେଁ ଏହା ପରେ ବି ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଆଜି ଉପକୂଳ ଓ ଉତ୍ତର ଓଡ଼ିଶାରେ ଟାଣ ଖରା ନଥିବାରୁ ଦିନତମାମ୍ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ବୁଥ୍‌ରେ ଆକର୍ଷଣୀୟ ସେଲ୍‌ଫି ପଏଣ୍ଟ କରାଯାଇଥିଲା। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଘରୁ ମତଦାନ କେନ୍ଦ୍ରକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା।

ଆଜି ସକାଳୁ ମତଦାନ ଆରମ୍ଭ ହେବା ପୂର୍ବରୁ ମକ୍‌ ପୋଲ୍ ସମୟରେ ଅଳ୍ପ କିଛି ସ୍ଥାନରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଦେଇଥିଲା। ସେ ସମସ୍ତ ୟୁନିଟଗୁଡ଼ିକ ତୁରନ୍ତ ବଦଳାଯିବା ପରେ ମତଦାନ ସ୍ବାଭାବିକ ହୋଇଥିଲା। ପ୍ରତ୍ୟେକ ବୁଥ୍‌ରେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ ହେବ ସେଥିପାଇଁ ୫୮% ବୁଥ୍‌ ବା ୬୨୭୯ଟି ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିଲା। କେତେକ ବୁଥ୍‌ରେ ଅଫଲାଇନ୍‌ରେ ସିସିଟିଭ ମାଧ୍ୟମରେ ନଜର ରଖାଯାଇଥିଲା। ନିର୍ବାଚନ ପାଇଁ ସଖି ବୁଥ୍‌, ସଂପୂର୍ଣ୍ଣ ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ସଂପୂର୍ଣ୍ଣ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ରେ ମତଦାତାଙ୍କୁ ଭିନ୍ନ ଉପାୟରେ ସ୍ବାଗତ କରାଯାଇଥିଲା। ସମସ୍ତ ବୁଥ୍‌ରେ ପାନୀୟ ଜଳ, ସେଲ୍ଫି ଷ୍ଟାଣ୍ଡ ଓ ଛାଇ ବ୍ୟବସ୍ଥା କରାଯାଇଥିଲା।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button