ରାଜନୀତି

ରାଇରଙ୍ଗପୁରରେ ବିଜେଡି ଦୁଇଫାଳ! ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌

ରାଇରଙ୍ଗପୁର: ବିଜୁ ଜନତା ଦଳ (ବିଜେଡି)ର ୨୮ତମ ପ୍ରତିଷ୍ଠା ଦିବସରେ ଗୁରୁବାର ଅପ୍ରୀତିକର ପରସ୍ଥିତି ଦେଖିବାକୁ ମିଳିଛି। ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ଠାରେ ମଧ୍ୟ ପ୍ରତ୍ୟେକ ବର୍ଷ ପରି ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବିଜେଡି ପକ୍ଷରୁ ଦୁଇଥର ପ୍ରତିଷ୍ଠା ଦିବସ ପାଳନ ହୋଇଥିବାର ଦେଖିବାକୁ ମିଳିଛି। ରାଇରଙ୍ଗପୁର ସହରର ଦୁର୍ଗା ମଣ୍ଡପ ଛକ (ବିଜୁ ପଟ୍ଟନାୟକ ଛକ) ଠାରେ ପ୍ରଥମେ ସକାଳ ୧୧ ଘଟିକା ସମୟରେ ପ୍ରଥମେ ବିଜେଡିର ବରିଷ୍ଠ ନେତା ଇଶାନ ମିଶ୍ର, ସୁବାଷ ମଣ୍ଡଳ, ସ୍ୱରୂପ ବେହେରା, ସୁଶାନ୍ତ ଚୌଧରୀ, ମମିତା ଚୌଧରୀ, ରାଜେନ୍ଦ୍ର ମଲ୍ଲିକ, ହିରନ୍ ବସା, ଜିତେନ୍ଦ୍ର ସାହୁ, ନରେଶ ବେହେରାଙ୍କ ସମେତ ବହୁ ପୁରୁଖା ନେତା ଉପସ୍ଥିତ ରହି ପାଳନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଅପରାହ୍ନ ୪.୩୦ ମିନିଟ୍ ସମୟରେ ବିଜେଡିର ମୟୂରଭଂଜ-୨ ପକ୍ଷରୁ ମଧ୍ୟ ବିଜୁ ପଟ୍ଟନାୟକ ଛକଠାରେ ବିଜୁ ପଟ୍ଟନମାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି କାଶିନାଥ ହେମ୍ବ୍ରମ୍‌, ବିଜେଡିର ଜିଲ୍ଲା ଯୁବ ସଭାପତି ତଥା ରାଇରଙ୍ଗପୁର ପୌରପରିଷଦର ପୌରାଧକ୍ଷ୍ୟ ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ଜିଲ୍ଲା ପରିଷଦ ଶଚ୍ଚିଦାନନ୍ଦ ମହାନ୍ତ, ତିରିଂ ପୂର୍ବତନ ବ୍ଲକ୍ ଅଧକ୍ଷା ଜେମାମଣୀ ଶୁଣ୍ଡି, ପରମେଶ୍ୱର ସାମାଡ, ପରେଶ ମୁଣ୍ଡା, ଗୌରୀଶଙ୍କର ଦତ୍ତ, ପାଂଚୁ ଲୋହାର ସମସ୍ତ କାଉନସିଲରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

publive-image

ରାଜ୍ୟର ବିଭିନ୍ନ ସ୍ଥାନର ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ତଥା ବହୁ ପୁରୁଖା ନେତା ବର୍ତମାନ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଗୁରୁତ୍ୱ ସହକାରେ ନନେଇ ଆଜି ଉକ୍ତ କାର୍ଯ୍ୟକ୍ରମରେ ସହମତି କଲେ ନାହିଁ।
ବିଜେଡି ପକ୍ଷରୁ ଦୁଇଦୁଇ ଥର ପ୍ରତିଷ୍ଠା ଦିବସ ପାଳନ କରାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡି ଦୁଇଫାଳ ହୋଇଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏନେଇ ବିଜେଡିର ବରିଷ୍ଠ ନେତା ଇଶାନ ମିଶ୍ରଙ୍କ ସହିତ ଯୋଗାଯୋଗ କରିବାରୁ ଏମିତି ହେବା ଉଚିତ୍ ନୁହେଁ। ଦଳ ବର୍ତ୍ତମାନ ଧୀରେଧୀରେ ଭୁଶୁଡିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନର ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ତଥା ବହୁ ପୁରୁଖା ନେତା ବର୍ତମାନ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଗୁରୁତ୍ୱ ସହକାରେ ନନେଇ ଆଜି ଉକ୍ତ କାର୍ଯ୍ୟକ୍ରମରେ ସହମତି କଲେ ନାହିଁ। ମୁଁ ବୁଧବାର ଏନେଇ ତାଙ୍କ ସହିତ କଥା ହୋଇଥିଲି। ଦୁଇଟା କାର୍ଯ୍ୟକ୍ରମ ବଦଳରେ ଗୋଟିଏ କାର୍ଯ୍ୟକ୍ରମ କରିବା କିନ୍ତୁ ଦଳର କିଛି ମୁଷ୍ଟିମେୟ ନେତାଙ୍କ ଯୋଗୁଁ ଏଭଳି ହୋଇଛି। ତାଙ୍କୁ ଉପରୁ ନିର୍ଦ୍ଦେଶ ମିଳିଛି ବୋଲି କହିଲେ। ଜନ୍ମଜେୟ ଲେଙ୍କା ଫୋନ୍ କରିଥିଲେ ଦିନ ୩ଟାରେ କାର୍ଯ୍ୟକ୍ରମ କରିବାକୁ। ଏଣୁ ଆଉଗୋଟେ କାର୍ଯ୍ୟକ୍ରମ ହେବ ବୋଲି ତାଙ୍କୁ କହିଥିଲେ। ଶ୍ରୀ ଲେଙ୍କା ଏବେବି ମୟୂରଭଂଜରେ ଇଂରେଜ ଶାସନ ଚଳାଇବାକୁ ଚାହୁଁଛନ୍ତି। ଦଳକୁ କିଛି ବର୍ଷ ପୂର୍ବରୁ ଆସିଥିବା ନେତାମାନେ ଦଳକୁ ନିଜ ହାତ ମୁଠାରେ ରଖିବାକୁ ଚାହୁୃଁଛନ୍ତି। ଏପରିକି ସେମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ମୁଁ ଘୋର୍ ବିରୋଧ କରୁଛି। ଶ୍ରୀ ଲେଙ୍କାଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଏଠି ସଂଗଠନ ଚାଲେ ଆଗାମୀ ଦିନରେ ବିଜେଡି ଏଠି ରହିବ ନାହିଁ। ଆମେ ତାହାକୁ ଗ୍ରହଣ ମଧ୍ୟ କରିବୁ ନାହିଁ। ଦଳ ପକ୍ଷରୁ ଯଦି ଅପରାହ୍ନ ୩ଟା ସମୟରେ କାର୍ଯ୍ୟକ୍ରମ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ତାହେଲେ ଶ୍ରୀ ଲେଙ୍କା କିମ୍ବା ବବି ଦାସ କାହିଁକି ଲିଖିତ ଆକାରରେ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତାହାକୁ ମୁଁ ପସନ୍ଦ କରେନାହିଁ।

ଏ ସମ୍ବନ୍ଧରେ ବିଜେଡିର ମୟୂରଭଂଜ ସଦର ସଭାପତି କାଶିନାଥ ହେମ୍ବ୍ରମଙ୍କ ସହିତ ଯୋଗାଯୋଗ କରିବାରୁ ଦୁଇ ଦୁଇଟା କାର୍ଯ୍ୟକ୍ରମ ହୋଇଛି। ସତ କିନ୍ତୁ ପ୍ରଥମ କାର୍ଯ୍ୟକ୍ରମ ରାଇରଙ୍ଗପୁର ବ୍ଲକ୍ ସ୍ତରୀୟ ହୋଇଥିଲା ଏବଂ ଦ୍ୱିତୀୟ କାର୍ଯ୍ୟକ୍ରମ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହୋଇଥିଲା ବୋଲି ନିଜ ମତ ରଖିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button