ରାଜନୀତି

ବିଜେଡିକୁ ମିଳିଛି ୯୪୪.୫ କୋଟିର ନିର୍ବାଚନୀ ବଣ୍ଡ୍‌ – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବିଜେଡିକୁ ନିର୍ବାଚନୀ ବଣ୍ଡ୍‌ ବାବଦରେ ମୋଟ ୯୪୪.୫ କୋଟି ଟଙ୍କା ମିଳିଛି। ଆଜି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହୋଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି। ତଥ୍ୟ ଅନୁସାରେ ବିଜେଡିକୁ ୨୦୧୮-୧୯ରେ ୨୧୩ କୋଟି ୫୦ ଲକ୍ଷ ଟଙ୍କା, ୨୦୧୯-୨୦ରେ ୫୦ କୋଟି ୫୦ ଲକ୍ଷ, ୨୦୨୦-୨୧ରେ ୬୭ କୋଟି, ୨୦୨୧-୨୨ରେ ୨୯୧ କୋଟି, ୨୦୨୨-୨୩ରେ ୧୫୨ କୋଟି ଓ ୨୦୨୩-୨୪ ସେପ୍ଟେମ୍ବର ୩୦ ସୁଦ୍ଧା ୧୭୦ ‌‌କୋଟି ୫୦ ଲକ୍ଷ ଟଙ୍କା ମିଳିଛି। ବିଜେଡି କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ସିଂହଙ୍କ ଦ୍ବାରା ନଭେମ୍ବର ୧୩, ୨୦୨୩ରେ ଇସିଆଇଙ୍କ ନିକଟରେ ଏହି ତଥ୍ୟ ଦାଖଲ କରାଯାଇଥିଲା। ସୂଚନା ଅନୁସାରେ ୧୬ ଜୁଲାଇ ୨୦୧୮ରେ ଭୁବନେଶ୍ବର ‌ଏସ୍‌ବିଆଇ ଶାଖାକୁ ପ୍ରଥମେ ୧୭ କୋଟି ୪୦ ଲକ୍ଷ ଟଙ୍କା ମିଳିଥିଲା। ନିର୍ବାଚନୀ ବଣ୍ଡ୍‌ଗୁଡ଼ିକ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜାରି ହୋଇଥିବା ଆୟୋଗଙ୍କ ୱେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button