ଖେଳ ଖବର

ବିଶ୍ବର ସର୍ବପୁରାତନ ମାରାଥନରେ ଚମକିଲେ ସୁମିତ – Kalinga News

[ad_1]

ଦକ୍ଷିଣଆଫ୍ରିକାରେ ଅନୁଷ୍ଠିତ ‘କମ୍ରେଡ୍‌ ମାରାଥନ୍‌’କୁ ସାଢ଼େ ୧୦ ଘଣ୍ଟାରେ ଶେଷକଲେ

ରାଉରକେଲା: ରାଉରକେଲାର ଉଦୀୟମାନ ଅଲ୍‌ଟ୍ରାରନର୍‌ ସୁମିତ ସିଂହ ବିଶ୍ବର ସର୍ବପୁରାତନ ମାରଥାନଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ‘୯୭ତମ କମ୍ରେଡ୍‌ ମାରାଥନ୍‌’ରେ କୃତିତ୍ବ ଅର୍ଜନ କରିଛନ୍ତି। ସୁମିତ ୧୦ ଘଣ୍ଟା ୩୦ ମିନିଟ୍‌ରେ ୮୫.୯୧ କିଲୋମିଟର ଦୌଡ଼ି ଫିନିସ୍‌ ଲାଇନ୍‌ ଛୁଇଁଥିଲେ। ମାତ୍ରାଧିକ ପ୍ରତିଯୋଗୀ ସଂଖ୍ୟା ଯୋଗୁ ଠେଲାପେଲା ଦେଖିବାକୁ ମିଳିଥିଲା। ଆରମ୍ଭ ହେବାର ୫୦ ମିଟର ଭିତରେ ଓ ୭୧ କିଲୋମିଟର ଅତିକ୍ରାନ୍ତ କଲାପରେ ଅନ୍ୟ ପ୍ରତିଯୋଗୀଙ୍କ ଦ୍ବାରା ଠେଲାପେଲାର ଶିକାର ହେବାରୁ ବେଗ ସାମାନ୍ୟ ଧିମେଇ ଯାଇଥିଲା। ତଥାପି ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୌଡ଼ ଶେଷ କରିବାରେ ସକ୍ଷମ ହୋଇଥିଲେ।

ସୁମିତ ଏକମାତ୍ର ଓଡ଼ିଆ କ୍ରୀଡ଼ାବିତ୍‌ଭାବେ ଏହି ବିଶ୍ବପ୍ରସିଦ୍ଧ ମାରାଥନରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ମାରାଥନ ଦକ୍ଷିଣଆଫ୍ରିକାର ଡର୍‌ବାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୬ଟି ଦେଶର ୨୫ ହଜାରରୁ ଅଧିକ ଧାବକଧାବିକା ସାମିଲ ହୋଇଥିଲେ। ଏଥିରେ ଭାରତରୁ ୩୨୩ ଜଣ ଅଂଶଗ୍ରହଣ କରିଥିବାବେଳେ ୨୮୨ ଜଣଙ୍କୁ ସଫଳତା ମିଳିଛି। ପୁନେର ଦେବ ଚୌଧୁରୀ ୭ ଘଣ୍ଟା ୪ ମିନିଟରେ ମାରାଥନ ଶେଷକରି ଭାରତୀୟ ପ୍ରତିଯୋଗୀଙ୍କ ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ସୁମିତ ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରେଡ୍‌ମିଲ୍‌ରେ ଲଗାତାର ୧୨ ଘଣ୍ଟା ଦୌଡ଼ି ତଥା ୬୮.୦୪ କିଲୋମିଟର ଅତିକ୍ରମକରି ‌ଗିନିଜ୍‌ ବୁକ୍‌ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ। ୨୦୨୩ ମେ’ ମାସରେ ୩୦ ଦିନରେ ଲଗାତାର ୩୩ଟି ଫୁଲ୍‌ ମାରାଥନ୍‌ ଦୌଡ଼ି ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ​ସରେ ନାଁ ଲିପିବଦ୍ଧ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button