ଖେଳ ଖବର

ଇଣ୍ଡିଆନ ଓମେନ୍ସ ଲିଗ୍ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶାର ନୀତା ଫୁଟବଲ ଏକଡେମୀ – Kalinga News

[ad_1]


ଭୁବନେଶ୍ୱର: ଓଡ଼ିଶା ଫୁଟବଲରେ ଐତିହାସିକ ସଫଳତା ହାସଲ କରିଛି ନୀତା ଫୁଟବଲ ଏକାଡେମୀ (ଏନଏଫଏ) । ଏହି ଏକାଡେମୀ ଭାରତର ପ୍ରମୁଖ ପେସାଦାର ଫୁଟବଲ ଲିଗ୍ ଇଣ୍ଡିଆନ ଓମେନ୍ସ ଲିଗ (ଆଇଡବ୍ଲୁଏଲ)ର ୨୦୨୪-୨୫ ସିଜନରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଆଇଡବ୍ଲୁଏଲର ଉଦଘାଟନୀ ସିଜିନରେ ରନର୍ସ ଅଫ ହୋଇ ନୀତା ଫୁଟବଲ ଏକାଡେମୀ ଏହି ସଫଳତା ହାସଲ କରିଛି । ୨୦୨୪ ମେ’ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଫାଇନାଲ ରାଉଣ୍ଡରେ ଏନଏଫଏ ଓ ଶ୍ରୀଭୂମି ଫୁଟ୍ ବଲ୍ କ୍ଲବ୍ (କୋଲକାତା) ୧୦ ପଏଣ୍ଟ ଲେଖାଏଁ ପାଇ ଟାଇଟଲ ଭାଗ କରିଥିଲେ । ଫାଇନାଲ ରାଉଣ୍ଡରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ ।

ମେ ୧୦ରେ ଏନଏଫଏ ନିଜର ପ୍ରଥମ ମ୍ୟାଚରେ ଶ୍ରୀଭୂମି ଏଫସିଠାରୁ ୧-୩ ଗୋଲରେ ପରାସ୍ତ ହୋଇ ନିଜର ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ପ୍ରାରମ୍ଭିକ ଝଟକା ସତ୍ତ୍ବେ ଓଡ଼ିଶାର ଏହି ଦଳ ନିଜର ଶେଷ ୪ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇ ଓ ଗୋଟିଏ ଡ୍ର କରି ଟାଇଟଲ ଦୌଡ଼କୁ ଫେରିଥିଲା ।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button