ଖେଳ ଖବର

ଆଇପିଏଲ ଫାଇନାଲର ହିରୋ ବିବାହ ବନ୍ଧନରେ ବାନ୍ଧି ହେଲେ – Kalinga News

[ad_1]


ନୂଆଦିଲ୍ଲୀ: ଇଣ୍ଡିୟନ ପ୍ରିମିୟର ଲିଗ ଫାଇନାଲରେ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଖେଳି ଅଲରାଉଣ୍ଡର ଭେଙ୍କଟେଶ ଆୟର କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ଚମ୍ପିୟାନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହି ସଫଳତା ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଥିଲା। ଏହି କ୍ରମରେ ତାଙ୍କ ଝୋଲିରେ ଆଉ ଏକ ଖୁସି ଭରି ଯାଇଛି। ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭେଙ୍କଟେଶ ଆୟରଙ୍କ ବିବାହ ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ଭେଙ୍କଟେଶ ଆୟରଙ୍କ ଶ୍ରୁତି ରଘୁନାଥନଙ୍କ ସହିତ ଗତବର୍ଷ ନିର୍ବନ୍ଧ ସରିଥିବା ବେଳେ ଆଜି ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ବିବାହରେ ବର ଓ କନ୍ୟା ଉଭୟଙ୍କ ପରିବାରଲୋକ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

 

ଭେଙ୍କଟେଶ ପତ୍ନୀ ଶ୍ରୁତି ରଘୁନାଥନଙ୍କ କଥା କହିବାକୁ ଗଲେ ସେ ବେଙ୍ଗାଲୁରୁରେ ଲାଇଫଷ୍ଟାଇଲ ଇଣ୍ଟର‌ନ୍ୟାସନାଲ ପ୍ରାଇଭେଟ ଲିମିଟେଡ‌ରେ କାମ କରନ୍ତି। ଦୁହିଁଙ୍କ ମଧ୍ୟରେ ପରିଚୟ ଜଣେ କମନ ସାଙ୍ଗଙ୍କ ଦ୍ବାରା ହୋଇଥିଲା। କିଛିଦିନର ବନ୍ଧୁତା ପରେ ଭେଙ୍କଟେଶ ଓ ଶ୍ରୁତି ପରସ୍ପରର ପ୍ରେମରେ ପଡ଼ି ବିବାହ କରିବାକୁ ସ୍ଥିର କରିଥିଲେ। ବିବାହ ପ୍ରସ୍ତାବ ନିଜନିଜ ଘରେ ଜଣାଇଥିଲେ। ଦୁଇ ପରିବାର ବି ଉଭୟଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।  ଭେଙ୍କଟେଶ ଓ ଶ୍ରୁତିଙ୍କ କିଛି ଜରୁରି କାମ ଥିଲା ତାହାକୁ ଶେଷ କଲା ପରେ ଦୁହେଁ ୨୦୨୪ରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button