ଖେଳ ଖବର

ଖୁବଶୀଘ୍ର ବିବାହ ଭାରତୀୟ କ୍ରିକେଟର ଶୁଭମନ ଗିଲ୍ ଓ ଅଭିନେତ୍ରୀ ରିଦ୍ଧିମା ! – Kalinga News

[ad_1]


ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ କରିବ‌େ ଭାରତୀୟ କ୍ରିକେଟର ଶୁଭମନ ଗିଲ୍। ସାରା ନୁହନ୍ତି, ଅଭିନତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ବିବାହ କରିବେ ଶୁଭମନ। ଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବର୍ତ୍ତମାନ ରିଦ୍ଧିମା ପଣ୍ଡିତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଧାରାବାହିକ ‘ବହୁ ହମାରି ରଜନୀକାନ୍ତ’ ଅଭିନେତ୍ରୀ କହିଛନ୍ତି ଯେ ସେ ଡିସେମ୍ବର ୨୦୨୪ରେ ଶୁଭମାନ ଗିଲଙ୍କୁ ବିବାହ କରିବେ ନାହିଁ।

ରିଦ୍ଧିମା ପଣ୍ଡିତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହା ସ୍ପଷ୍ଟ କରିଛନ୍ତି। ଏକ ଭିଡିଓ ସେୟାର କରି ସେ କହିଛନ୍ତି, ‘ହଠାତ୍ କିଛି ସାମ୍ବାଦିକଙ୍କ ଫୋନ କଲ୍ ପାଇ ମୁଁ ଉଠିଥିଲି। ସମସ୍ତେ ମୋତେ ମୋର ବିବାହକୁ ନେଇ ପ୍ରଶ୍ନ ପଚାରୁଥିଲେ। ମୁଁ ବିବାହ କରୁଛି କି ନାହିଁ ଓ କେବେ ବିବାହ କରିଛି ତ‌ାହା ସେମାନଙ୍କ ପ୍ରଶ୍ନ ଥିଲା। କିନ୍ତୁ ଯଦି ମୁଁ କେବେ ବିବାହ କରିବି, ତେବେ ଏବିଷୟରେ ମୁଁ ନିଜେ ଘୋଷଣା କରିବି। ଯେଉଁ ଚର୍ଚ୍ଚା ଏବେ ଜୋର ଧରିଛି ‌ସେଥିରେ କୌଣସି ସତ୍ୟତା ନାହିଁ।

ତେବେ ଗତ କିଛି ଦିନ ହେବ ଶୁଭମନ ଏବଂ ରିଦ୍ଧିମା ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ସହ ଦୁହେଁ ବିବାହ କରିବାକୁ ଯାଉଥିବା ବେଳେ ବିବାହକୁ ଗୁପ୍ତ ରଖିବାକୁ ଚାହୁଁଥିବା କୁହାଯାଉଥିଲା। କିନ୍ତୁ ରିଦ୍ଧିମା ଏବେ ନିଜର ପ୍ରତିକ୍ରିୟା ଦେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button