ଦୁଷ୍କର୍ମ ଅଭିଯୋଗରେ ବାହାଘର ଦିନ ବରକୁ ଟେକି ନେଲା ପୁଲିସ୍ – Kalinga News

[ad_1]
ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଜଣେ ବରକୁ ବାହାଘର ଦିନ ପୁଲିସ୍ ଗିରଫ କରିଛି। ବର ଜଣକ ଘୋଡ଼ୀ ଚଢ଼ିବା ଆଗରୁ ହିଁ ପୁଲିସ୍ ତାଙ୍କୁ ଧରିକି ବାନ୍ଧି ନେଇଯାଇଛି। ବରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଥିବାରୁ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ କନ୍ୟାପକ୍ଷ ଲୋକଙ୍କୁ ଏକଥା ଜଣାପଡ଼ିଲା ତ ତାଙ୍କ ପାଦ ତଳୁ ମାଟି ଖସିପଡ଼ିଲା। କନ୍ୟା ବିବାହ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବର ମୁଣ୍ଡରେ ପଗଡ଼ି ବାନ୍ଧି ଘୋଡ଼ୀ ଚଢ଼ିବାକୁ ପ୍ରସ୍ତୁତ ହେଉଥାନ୍ତି। ହେଲେ ସେହି ସମୟରେ ପୁଲିସ୍ ସେଠାରେ ପହଞ୍ଚି ତାଙ୍କୁ ସାଥିରେ ନେଇ ଯାଇଥିଲା। ଏହି ଘଟଣା ବାରଣାସୀର ଚୌବେପୁରର ରୁସ୍ତମପୁରର।
ସେଠାରେ ରହୁଥିବା ଗୋବିନ୍ଦ ପଟେଲଙ୍କୁ ସାରନାଥ ଥାନାର ପୁଲିସ୍ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି। ଅଭିଯୋଗ ରହିଛି ଯେ ଗୋବିନ୍ଦ ପଟେଲ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ। ଯୁବତୀ ଜଣକ ଅଭିଯୋଗ କରିବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତ ୨୧ ତାରିଖରେ ରୁସ୍ତମପୁରର ବାସିନ୍ଦା ଗୋବିନ୍ଦଙ୍କ ବିବାହ ବାରଣାସୀର କଜିସରାୟରେ ରହୁଥିବା ଯୁବତୀଙ୍କ ସହ ହେବାର ଥିଲା। ଯେବେ ଏବିଷୟରେ ସାରନାଥପୁରରେ ରହୁଥିବା ଅନ୍ୟ ଯୁବତୀଙ୍କୁ ହେଲା ତ ସେ ପୁଲିସ୍ ନିକଟରେ ପହଞ୍ଚିଥିଲେ। ତାପରେ ସ୍ପଷ୍ଟ ହେଲା ଯେ ଗୋବିନ୍ଦ ଉକ୍ତ ଯୁବତୀଙ୍କ ସହ ୪ ବର୍ଷ ହେଲା ସଂପର୍କରେ ଥିଲେ।
[ad_2]