ମନୋରଞ୍ଜନ

ସର୍ଜରୀ ପରେ ଆସିଲା ପ୍ରଥମ ଭିଡିଓ, ଚାଲିପାରୁନାହାନ୍ତି ରାଖି – Kalinga News

[ad_1]

ମୁମ୍ବାଇ: ସର୍ଜରୀ ସଫଳ ହେବା ପରେ ବିବାଦୀୟ ରାଣୀ ରାଖି ସାୱନ୍ତ ଅବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ରାଖିଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ। ଭିଡିଓ ସେୟାର କରି ସେ ରାଖି ଚାଲିପାରୁନଥିବା ଦେଖାଇଛନ୍ତି। ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ରାଖି। ଗର୍ଭାଶୟରେ ୧୦ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ତାଙ୍କର କିଛି ଦିନ ତଳେ ସର୍ଜରୀ ‌ହୋଇଥିଲା। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ପରେ କର୍କଟ ହୋଇନଥିବା ସ୍ପଷ୍ଟ କରିିଥିଲେ ଡାକ୍ତର। ଏହା ସହ ଗର୍ଭାଶୟରେ ହୋଇଥିବା ୧୦ସେଣ୍ଟିମିଟର ଟ୍ୟୁମରର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଅସ୍ତ୍ରୋପଚରା ଶେଷ ହେବା ପରେ ରାଖିଙ୍କ ପୂର୍ବତନ ପ୍ରଥମ ସ୍ବାମୀ ରିତେଶ ତାଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ, ‘ରାଖୀ ସାୱନ୍ତଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଟ୍ୟୁମରଟି ବହୁତ ବଡ ଥିଲା। ରାଖିଙ୍କର ଏପର୍ଯ୍ୟନ୍ତ ଚେତନା ଫେରି ନାହିଁ। ୩ଘଣ୍ଟାର ଅପରେସନ ସଫଳ ହେବା ପରେ ରାଖି ଶୀଘ୍ର ସୁସ୍ଥ ହେବେ ଏବଂ ମଜାକ୍ ଉଡ଼ାଉଥିବା ଲୋକଙ୍କୁ ଜବାବ ଦେବେ।’

ଏବେ ରିତେଶ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ବହୁତ ଖୁସି। ରାଖିଜୀ ଶୀଘ୍ର ଆମ ଗହଣକୁ ଫେରିବେ। ଆଜି ଅସ୍ତ୍ରୋପଚାର ପରେ ତାଙ୍କୁ ପ୍ରଥମେ ଚାଲିବାକୁ ଚେଷ୍ଟା କରୁଥିବା ଦେଖି ଭଲ ଲାଗିଲା। ଭଗବାନ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button