ଅପରାଧ

ଡକାୟତି ଯୋଜନା ପଣ୍ଡ: କାହ୍ନା ସହ ଧରାପଡ଼ିଲେ ଗ୍ୟାଙ୍ଗର ୬ – Kalinga News

[ad_1]

ଭୁବନେଶ୍ବର: ଲକ୍ଷ୍ମୀସାଗର ମା’ ସନ୍ତୋଷୀ ମନ୍ଦିର ପଛପଟ ନିଛାଟିଆ ସ୍ଥାନରେ ସଶସ୍ତ୍ର ଡକାୟତ ପାଇଁ ଯୋଜନା କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନା ସହିତ ୬ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର କାହ୍ନା‌ ଲେଙ୍କା(୨୫), କଳ୍ପନା ଛକ ଅଞ୍ଚଳର ରାକେଶ ଦାସ ଓରଫ ରାକା(୨୪), ବାଲିପାଟଣା ଅଞ୍ଚଳର ସୁବାସ ସାହୁ(୩୨), କଟକ ମଧୁପାଟଣା ଅଞ୍ଚଳର କେ. ରାଜା(୨୨), ଲକ୍ଷ୍ମୀସାଗର ଅଞ୍ଚଳର ବି. ବସୁ(୨୦) ଓ ଏନ୍. ନଗେଶ(୨୦)। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଲୁହାରଡ଼, ଦୁଇଟି ସାଇକେଲ ଚେନ୍, ଲଙ୍କାଗୁଣ୍ଡ ପ୍ୟାକେଟ, ମଦ ବୋତଲ ଆଦି ଜବତ କରାଯାଇଛି।

ଅଭିଯୁକ୍ତମାନେ ଓସ୍କାର ସିଟି ଅନ୍ତର୍ଗତ ପ୍ଲଟ ନମ୍ବର-୬୭ରେ ଥିବା ଦେବକାନ୍ତ ତ୍ରିପାଠୀଙ୍କ ଘରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନା କରୁଥିବା ସ୍ବୀକାର କରିଥିଲେ। ଅଭିଯୁକ୍ତ ଏନ. ନାଗେଶଙ୍କ ନାଁରେ ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ୩ଟି ମାମଲା ରହିଥିବା ବେଳେ, ଅଭିଯୁକ୍ତ ବି. ବାସୁ ଓ ରାକା ନାଁରେ ଗୋଟିଏ ଲେଖାଏଁ ମାମଲା ରହିଛି। ସେହିପରି ଅଭିଯୁକ୍ତ କାହ୍ନା ନାଁରେ ଲକ୍ଷ୍ମୀସାଗର ଥାନାରେ ୩ ଟି ମାମଲା ରହିଥିବା ବେଳେ, ବଡ଼ଗଡ଼ ଥାନାରେ ୨ଟି ଓ ସହିଦନଗର ଥାନାରେ ମଧ୍ୟ ୨ଟି ମାମଲା ରହିଛି। ଅନୁରୂପ ଭାବେ ଅଭିଯୁକ୍ତ ସୁବାସ ନାଁରେ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ଓ ଖାରବେଳନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button