ରାଜନୀତି

ଅଳ୍ପକେ ବର୍ତ୍ତିଗଲେ ରାହୁଲ – Kalinga News

[ad_1]

ପାଟନା : ବିହାରରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ନିର୍ବାଚନ ରାଲି କରିବା ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀଙ୍କ ପାଇଁ ରାହୁଲ ନିର୍ବାଚନ ପ୍ରଚାର କରୁଥିଲେ। ପାଲିଗଞ୍ଜରେ ମିସା ରାହୁଲଙ୍କୁ ମଞ୍ଚ ଉପରେ ତାଙ୍କ ଆସନ ପର୍ଯ୍ୟନ୍ତ ନେଇଥିଲେ। ସେହି ସମୟରେ ରାହୁଲ ଛିଡ଼ା ହୋଇଥିବା ସ୍ଥାନରେ ମଞ୍ଚ ଦବି ଯାଇଥିଲା। ରାହୁଲ ପଡ଼ିଯିବା ସମୟରେ ମିସା ଓ ଅନ୍ୟ ନେତାମାନେ ତାଙ୍କୁ ଧରି ପକାଇଥିଲେ। ଫଳରେ ରାହୁଲ ନିଜକୁ ସମ୍ଭାଳି ନେଇଥିଲେ। ମିସା ଭାରତୀ ବିହାରର ପାଟଳିପୁତ୍ର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button