ଶେଷ ପର୍ଯ୍ୟାୟ ପ୍ରଚାର ଜୋର୍ଦାର; ଏନ୍ଡିଏ-୩ ୟୁସିସି କାର୍ଯ୍ୟକାରୀ କରିବ: ଶାହ – Kalinga News

[ad_1]
୩୦ ଲକ୍ଷ ପଦବି ପୂରଣ କରିବୁ: ରାହୁଲ
ନୂଆଦିଲ୍ଲୀ: ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଆସନ୍ତା ୧ ତାରିଖରେ ହେବ। ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ଦୃଢ଼ୋକ୍ତି ବାଢ଼ିଛନ୍ତି। ଶାହ କହିଛନ୍ତି, ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୟୁସିସି (ସମାନ ନାଗରିକ ସଂହିତା) କାର୍ଯ୍ୟକାରୀ ହେବ। ଏକ ସାକ୍ଷାତ୍କାର ଦେଇ ଶାହ କହିଛନ୍ତି, ବିଜେପି ଧର୍ମ ଆଧାରରେ ପ୍ରଚାର କରୁନାହିଁ। କଂଗ୍ରେସ ମୁସଲିମ ସଂରକ୍ଷଣ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସର ଧାର୍ମିକ କୋଟା ଏବଂ ସମ୍ପତ୍ତି ବଣ୍ଟନ ପ୍ରତିଶ୍ରୁତିକୁ ମୋଦୀ ସମାଲୋଚନା କରିବା ବିଷୟକୁ ସମର୍ଥନ କରି ଶାହ କହିଛନ୍ତି, ବିରୋଧୀ ସତକଥାକୁ ଭିନ୍ନ ଭାବେ ଉପସ୍ଥାପନ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବାବେଳେ ଆମେ ଲୋକଙ୍କୁ ଏକାଠି କରି ସତ ଜଣାଉଛୁ। ଶାହ କହିଛନ୍ତି, କଂଗ୍ରେସ ଆଉ ଏକ ପରାଜୟ ବରଣ କରିବାକୁ ଯାଉଛି ବୋଲି ଜାଣିସାରିଛି । ବିରୋଧୀ ଶାସନାଧୀନ ରାଜ୍ୟ ଗୁଡ଼ିକରେ ବିଜେପିର ବିପୁଳ ବିଜୟ ହେବ ବୋଲି ଶାହ ଦାବି କରିଛନ୍ତି। ସେହିପରି ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ୪୦୦ ଟପିବ ବୋଲି ଶାହ ତାଙ୍କ ଦାବି ଦୋହରାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବକୁ ଦୁର୍ନୀତିର ଏଟିଏମ୍ କରିଛନ୍ତି କେଜ୍ରିୱାଲ
ଜୁନ୍ ୪ରେ ଇଭିଏମ୍କୁ ଦୋଷ ଦେବ କଂଗ୍ରେସ
ଖଡ଼ଗେ ପଦବି ହରାଇବେ
ଏଥିସହିତ ପଞ୍ଜାବର ଲୁଧିଆନାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଶାହ ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ କଂଗ୍ରେସ ଓ ଆପ୍ ଉପରେ ବର୍ଷିଛନ୍ତି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି ଶାହ କହିଛନ୍ତି ସେ ପଞ୍ଜାବକୁ ଦୁର୍ନୀତିର ଏଟିଏମ୍ କରି ଦେଇଛନ୍ତି। ଏପରିକି କୋର୍ଟ ମାମଲା ଲଢ଼ିବା ପାଇଁ ଆବଶ୍ୟକ ଅର୍ଥ ସେ ପଞ୍ଜାବରୁ ନେଉଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନାମରେ ଥିବା କ୍ରେଡିଟ୍ କାର୍ଡକୁ ସେ ନିର୍ବାଚନ ଲଢ଼ିବା ପାଇଁ ବ୍ୟବହାର କରୁଛନ୍ତି ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବାପରେ କ’ଣ ହେବ ସେନେଇ ଶାହ ଆଜି ଏକ ଆକଳନ କରିଛନ୍ତି। ଉତ୍ତରପ୍ରଦେଶର କୁଶିନଗରରେ ଏକ ନିର୍ବାଚନ ରାଲିରେ ଶାହ କହିଛନ୍ତି, ଜୁନ୍ ୪ରେ ମୋଦୀଜୀ, ବିଜେପି ଏବଂ ଏନ୍ଡିଏର ବିଜୟ ସୁନିଶ୍ଚିତ। ନିର୍ବାଚନ ଫଳ ବାହାରିବାପରେ କଂଗ୍ରେସ ନେତାମାନେ କ’ଣ କରିବେ ତାହା ମଧ୍ୟ ଶାହ ଆକଳନ କରିଛନ୍ତି।
ଶାହ କହିଛନ୍ତି, ଜୁନ୍ ୪ରେ ରାହୁଲ ବାବାଙ୍କ ଲୋକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଇଭିଏମ୍ ଯୋଗୁଁ ହାରିଲେ ବୋଲି କହିବେ। ଶାହ ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ପରାଜୟ ପାଇଁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦାୟୀ କରାଯିବ। ଲୋକସଭା ନିର୍ବାଚନ ଫଳ ବାହାରିବାପରେ ଖଡ଼ଗେ ତାଙ୍କ ପଦବି ହରାଇବେ ବୋଲି ଶାହ କହିଛନ୍ତି। କଂଗ୍ରେସର ତାରକା ପ୍ରଚାରକ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରି ଖଡ଼ଗେ କହିଛନ୍ତି, ପରାଜୟ ପାଇଁ ସେମାନଙ୍କୁ ଦାୟୀ କରାଯିବନି। ଶାହ ମଧ୍ୟ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ପ୍ରଥମ ୫ ପର୍ଯ୍ୟାୟ ନିର୍ବାଚନରେ ଏନ୍ଡିଏ ୩୧୦ ଆସନ ଅତିକ୍ରମ କରିଛି। ତେବେ ରାହୁଲ ୪୦ ଆସନ ବି ଟପିବେନି ଏବଂ ଅଖିଳେଶ ଯାଦବଙ୍କୁ ଜୁନ୍ ୪ ତାରିଖରେ ୪ଟି ଆସନ ବି ମିଳିବନି ବୋଲି ଶାହ କହିଛନ୍ତି।
୩୦ ଲକ୍ଷ ପଦବି ପୂରଣ କରିବୁ: ରାହୁଲ
ପାଟନା/ଶିମ୍ଲା : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭଗବାନଙ୍କ ଦ୍ବାରା ପଠାଯାଇଛି’ ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି। ବିହାରରେ ଏକ ରାଲି କରି ରାହୁଲ ଗାନ୍ଧୀ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ସରକାର ଗଢ଼ି ପାରିବେନି। ଦେଶବ୍ୟାପୀ ଇଣ୍ଡି ମେଣ୍ଟ ପ୍ରତି ସମର୍ଥନ ବଢ଼ିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ମୋଦୀଙ୍କ ‘ ଭଗବାନଙ୍କ ଦ୍ବାରା ପ୍ରେରିତ’ ଟିପ୍ପଣୀର ଜବାବ ଦେଇ କହିଛନ୍ତି, ମୋଦୀ ଏହି ପରମାତ୍ମା କାହାଣୀ ଆଣିବାର କାରଣ ହେଉଛି ନିର୍ବାଚନ ଶେଷ ହେବାପରେ ଯେତେବେଳେ ଇଡି ନରେନ୍ଦ୍ର ମୋଦୀଙ୍କୁ ଆଦାନୀଙ୍କ ସଂକ୍ରାନ୍ତରେ ପ୍ରଶ୍ନ କରିବ ସେ ସମୟରେ ସେ କହିବେ ମୁଁ କିଛି ଜାଣିନାହିଁ। ମତେ ପରମାତ୍ମାଙ୍କ ଦ୍ବାରା ଏହା କୁହାଯାଇଛି। ମୋଦୀଜୀ ଆପଣ ଲମ୍ବା ଭାଷଣ ଦେବା ଏବଂ ଦେଶକୁ ବିଭାଜନ କରିବା ବନ୍ଦ କରନ୍ତୁ। ବେକାରୀ ସମସ୍ୟା ପ୍ରସଙ୍ଗରେ କହିବା ପାଇଁ ରାହୁଲ ମୋଦୀଙ୍କୁ ଚାଲେଞ୍ଜ କରିଛନ୍ତି। ସେହିପରି ହିମାଚଳପ୍ରଦେଶରେ ଏକ ରାଲିରେ ରାହୁଲ କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ କ୍ଷମତାକୁ ଆସିଲେ ୩୦ ଲକ୍ଷ ଖାଲି ପଡ଼ିଥିବା ପଦବି ପୂରଣ ହେବ। ରାହୁଲ କହିଛନ୍ତି, ମୋଦୀ ହିମାଚଳପ୍ରଦେଶ ସରକାର ଭାଙ୍ଗି ଦେବେ ବୋଲି ଖୋଲାଖୋଲି କହୁଛନ୍ତି, କିନ୍ତୁ ହିମାଚଳପ୍ରଦେଶର ଲୋକମାନେ ଏଥିପାଇଁ ଅନୁମତି ଦେବେନାହିଁ।
[ad_2]