ରାଜନୀତି

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ଓଡ଼ିଶାରେ ୪ଦିନରେ ୩୪୧କିମି ଅତିକ୍ରମ କରିବ – Kalinga News

[ad_1]

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆଜିଠାରୁ ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନ‌ିର୍ଦ୍ଦେଶକ୍ରମେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଶତାଧିକ ଚାରିଚକିଆ ଗାଡ଼ିରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଲୋଗୋ ଷ୍ଟିକରିଂ କରାଯାଇଛି। ଏହି ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏହି ଯାତ୍ରା ମଣିପୁର ଇମ୍ଫାଲଠାରୁ ଆରମ୍ଭ ହୋଇ ମହାରାଷ୍ଟ୍ର ମୁମ୍ବାଇ ଠାରେ ଶେଷ ହେବ।ଯାତ୍ରା ଦୀର୍ଘ ୬୬ ଦିନ ଧରି ଚାଲିବ। ଏହା ୧୫ଟି ରାଜ୍ୟ ୧୧୦ଟି ଜିଲ୍ଲା ଅତିକ୍ରମ କରିବ। ଓଡ଼ିଶାରେ ୪ ଦିନ ଧରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କିଲୋମିଟର ଅତିକ୍ରମ କରିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରଜତ ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରଜନୀ ମହାନ୍ତି, ମନୋଜ ବିଶ୍ୱାଳ, ବିସ୍ମୟ ମହାପାତ୍ର, ଜ୍ଞାନ ରଞ୍ଜନ ପଟ୍ଟନାୟକ, ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ପତି, ଦୀପକ କୁମାର ମହାପାତ୍ର, ଜୟନ୍ତ ଦାସ, ପ୍ରଦୀପ ମହପାତ୍ର, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରସନ୍ନ ନାୟକ, ପ୍ରଶାନ୍ତ ଚମ୍ପତି, ଅମିତା ବିଶ୍ୱାଳ, ପ୍ରଭାତ ପ୍ରତାପ ସିଂହ, ମିହିର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଭଦ୍ରା ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସୌମେନ୍ଦ୍ର ମହାନ୍ତି, ପୁଷ୍ପିତା ଦାସ, ସ୍ନେହା ଜେନା, ଭାଗ୍ୟଶ୍ରୀ ଜେନା, ମାନସ ରଞ୍ଜନ ସେଠୀ, ରାହୁଲ ପଟ୍ଟନାୟକ, ମହମ୍ମଦ ଗୁଲଫାମ୍‌, ନିହାର ରଞ୍ଜନ ବେହେରା, ଦେବରାଜ ମିଶ୍ର, ମୋହନ ଜେନା, ଜ୍ୟେତିଷ ସାହୁ, ଲିଙ୍ଗରାଜ ସାହୁ, ଲଲାଟେନ୍ଦୁ ଦାଶ, ସାଗର ପଟ୍ଟନାୟକ, ଅନନ୍ତ ସାମନ୍ତରାୟ ଓ ଅଭିଷେକ ରାଉତ ପ୍ରମୁଖ ଯୋଗଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button