ଚାଷୀମାନେ ପ୍ରାର୍ଥୀ ଦେଲେ – Kalinga News
[ad_1]
ସୋନପୁର: ସୋନପୁର ରୟାଲ ପଡ଼ିଆରେ ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ‘ଚାଷୀ ଆସିଲା ସିଂହାସନ ଖାଲିକର’ ସମାବେଶରେ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ହଜାର ହଜାର ଚାଷୀ ଯୋଗଦେଇଛନ୍ତି। ସମାବେଶରେ ରାଜ୍ୟବାହାରୁ ବି ବହୁ ଚାଷୀନେତାମାନେ ସାମିଲ୍ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଏହିଭଳି ଏକ ସମାବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସଭା ପୂର୍ବରୁ ଚାଷୀମାନଙ୍କ ଦ୍ବାରା ଏକ ଟ୍ରାକ୍ଟର ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସଭାରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମୁଖ୍ୟ ଅତିଥି, ରାଜ୍ୟ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ରାଜ୍ୟ ଉପସଭାପତି ସୋନାଲି ବିଶି, ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ, ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ, ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ପ୍ରମୁଖ ଯୋଗଦେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୪୦୦ ଟଙ୍କା, ଚାଷୀମାନଙ୍କୁ ମାସିକ ୫ ହଜାର ଟଙ୍କା ପେନ୍ସନ୍, ଚାଷୀଙ୍କ ଋଣ ଏବଂ ବକେୟା ବିଦ୍ୟୁତ୍ ଦେୟ ଛାଡ଼, ସାର, କୀଟନାଶକ ପାଇଁ ବର୍ଷକୁ ଏକର ପିଛା ୧୦ ହଜାର ଟଙ୍କା ପ୍ରଦାନ, ଚାଷ ପାଇଁ ପାଣି ଏବଂ ବିଦ୍ୟୁତ୍ ମାଗଣା ଯୋଗାଇବା, ଚାଷୀର ଅକାଳ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଆଦି ପାଇଁ ଦାବି କରିଥିଲେ। ଏସବୁ ଦାବି ପୂରଣ ପାଇଁ ଆଗମୀ ନିର୍ବାଚନରେ ଚାଷୀ ପ୍ରତିନିଧିଙ୍କୁ ବିଧାନସଭା ପଠାଇବାକୁ ଆହ୍ବାନ ଦେଇଥିଲେ। ସେହିପରି ସଭାରେ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଚାଷୀ ପ୍ରାର୍ଥୀ ଭାବରେ ସୋନାଲି ବିଶିଙ୍କ ନାମ ଘୋଷଣା କରାଯାଇଥିଲା।
[ad_2]