ଜାନୁଆରି ୨୨ରେ ଓଡ଼ିଶାରେ ଛୁଟି ଘୋଷଣା, ମଦ ଦୋକାନ ବନ୍ଦ ଦାବି କଲା ବିଜେପି – Kalinga News

[ad_1]
ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ଜାନୁଆରି ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ। ଉକ୍ତ ଦିନକୁ ପୂଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ବିଜେପି ଦାବି କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୫ଦିନ ଅଛି। ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି। ୨୧ତାରିଖ ଯାଏ ରାମଲଲାଙ୍କ ବିଭିନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ। ୧୮ ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ଏବଂ ୨୨ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ସେ ଦିନ ରାଜ୍ୟରେ ଛୁଟି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।
[ad_2]