ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ ଏହି 5 ବ୍ରତ କରିଥାଏ ତା’ ଘରକୁ କେବେ ବି ଆସେ ନାହିଁ ଦରିଦ୍ରତା, ମା’ ଲକ୍ଷ୍ମୀ ସର୍ବଦା ରୁହନ୍ତି ପ୍ରସନ୍ନ
ନମସ୍କାର ବନ୍ଧୁଗଣ , ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଯେଉଁ ସ୍ତ୍ରୀ ମାନେ ଏହି ପାଞ୍ଚଟି ଓଷା ବ୍ରତ କରିଥାନ୍ତି ତାଙ୍କ ଘରକୁ ଦରିଦ୍ରତା ଏବଂ ଗରିବତା କେବେ ବି ଆସିନଥାଏ । ଆମ ହିନ୍ଦୁ ପାରମ୍ପରିକ ଅନୁସାରେ ସ୍ତ୍ରୀ ଏବଂ ବୋହୁମାନେ ଶାଶୁ ଘର ଓ ମା’ ଘର ପାଇଁ ଅନେକ ଓଷା ବ୍ରତ କରିଥାନ୍ତି । ଏହା ପ୍ରାଚୀନ କାଳରୁ ଚାଲିଆସୁଥିବା ବିଧି ବିଧାନ ଅଟେ । ଝିଅ ଏବଂ ସ୍ତ୍ରୀ ମାନଙ୍କୁ ଦେବୀ ମା ‘ଙ୍କ ରୂପ ଭାବରେ ମାନା ଯାଇଥାଏ ।
କାରଣ ଦେବୀମା ‘ ଯେପରି ଅନ୍ୟାୟକୁ ହରାଇ ଥାନ୍ତି ଠିକ ସେହି ଭଳି ଘରର ଝିଅ ଓ ମହିଳାମାନେ ନିଜେ ପରିବାର ପାଇଁ ଅନେକ ଯୁଦ୍ଧ କରିବାକୁ ପଞ୍ଚାଇ ନ ଥାନ୍ତି । ତେଣୁ ଝିଅ ଏବଂ ବୋହୁମାନେ ଘରର ସୁଖ ଶାନ୍ତି ପାଇଁ ଅନେକ ଓଷା ଏବଂ ବ୍ରତ କରିଥାନ୍ତି ସମର୍ଥ ଅନୁସାରେ ଘରର ସମସ୍ତ କର୍ତ୍ତବ୍ୟ ନିବାଇଥାନ୍ତି । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ଏବଂ ବୋହୁମାନେ ନିଜର ଇଛାରେ ବ୍ରତ କରିବାର ସଂକଲ୍ପ ନେଇଥାନ୍ତି ।
ଏହି ବ୍ରତ ଏବଂ ଓଷା ଦ୍ଵାରା ଦୁଇ କୁଳର ମଙ୍ଗଳ ହୋଇଥାଏ । କାରଣ ସ୍ଵାମୀରୁ ହି ସ୍ତ୍ରୀ ର ପରିଚୟ , ସମ୍ମାନ ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସ୍ତ୍ରୀମାନଙ୍କୁ କିଛି ବିଶେଷ ଧରଣର ବ୍ରଗ୍ତ କରିବାର ଅଛି ଯାହାକୁ କରିବା ଦ୍ଵାରା ସ୍ଵାମୀ ଏବଂ ଘରର ଲୋକଙ୍କର ମଙ୍ଗଳ ହେବା ସହ ଘରର ଦରିଦ୍ରତା ଏବଂ ଗରିବତା ପ୍ରବେଶ କରିପାରିନଥାଏ । ଏହି ଘର ମାନଙ୍କରେ ସୁଖ , ସମବୃଦ୍ଧି , ଧନ ସମ୍ପତି ସର୍ବଦା ରହିଥାଏ ।
ଆସନ୍ତୁ ଜାଣିବା ଏହି ଓଷା ଏବଂ ବ୍ରତ ସମ୍ବନ୍ଧରେ ଯାହାକୁ କୁଆରି କନ୍ୟା , ସ୍ତ୍ରୀ ଲୋକେମାନେ କରିବା ଦ୍ଵାରା ଘର ସମସ୍ତ ଦରିଦ୍ରତା ଦୂର ହୋଇଯାଇଥାଏ । ପ୍ରଥମ ବ୍ରତ ହେବ ଷୋହଳ ସୋମବାର ବ୍ରତ ଏହି ବ୍ରତକୁ ବିଶେଷ କୁଆରୀ କନ୍ୟା ଏବଂ ବିବାହିତ ସ୍ତ୍ରୀ ମାନେ କରିଥାନ୍ତି । କନ୍ୟା ମାନେ ଶିବଙ୍କ ପରି ସ୍ଵାମୀ ପାଇବା ପାଇଁ ଏହାକୁ କରନ୍ତୁ ଏବଂ ବିବାହିତ ସ୍ତ୍ରୀମାନେ ଶୋଭାଗ୍ୟ କୁ ରକ୍ଷା କରିବା ପାଇଁ କରିଥାନ୍ତି ।
ନିଜର ଜୀବନ କାଳରେ ଏହି ବ୍ରତ କୁ ରଖିବା ନିହାତି ଜରୁରୀ ଅଟେ । ଦ୍ଵିତୀୟ ବ୍ରତ ହେଉଛି ଶିବ ଚତୁର୍ଦ୍ଦଶୀ ଉପବାସ କେତେଙ୍କ ସ୍ଥାନରେ ଏହି ଉପବାସ କରିବାର ନୀତି ରହିଛି । ଏହି ବ୍ରତକୁ କନ୍ୟା ମାନେ ଏବଂ ବିବାହିତ ସ୍ତ୍ରୀମାନେ ରଖିଥାନ୍ତି । ତୃତୀୟ ହେଉଛି ସାବିତ୍ରୀ ବ୍ରତ ଏହି ବ୍ରତ କୁ ବିବାହିତ ସ୍ତ୍ରୀମାନେ ସ୍ଵାମୀଙ୍କ ଦୀର୍ଘ ଆୟୁ , ସୁଖ ଜୀବନ ର କାମନା ପାଇଁ ବହୁତ ନିଷ୍ଟା ସହକାରେ କରିଥାନ୍ତି ।
ଏହି ବ୍ରତର ଏକ କାହାଣୀ ରହିଛି ସାବିତ୍ରୀ ତାଙ୍କ ସ୍ଵାମୀଙ୍କ ପ୍ରାଣକୁ ଯମରାଜ ଙ୍କଠାରୁ ବଞ୍ଚାଇ ଆଣିଥିଲେ ଏବଂ ଏହାର ସାକ୍ଷୀ ହେଉଛି ବଟ ବୃକ୍ଷ ତେଣୁ ଏହାକୁ ବଟ ସାବିତ୍ରୀ ଓଷା କୁହାଯାଇଥାଏ । ଚର୍ତୁର୍ଥ ବ୍ରତ ହେଉଛି ସୁଦର୍ଶ ବ୍ରତ ଏହା ମଧ୍ୟ ସ୍ଵାମୀଙ୍କ ମଙ୍ଗଳ ପାଇଁ ରଖିଥାନ୍ତି । ପଞ୍ଚମ ବ୍ରତ ହେଉଛି ଗୁରୁବାର ମାଣ ଓଷା ବ୍ରତ ଯାହାକୁ ପରିବାରର ସୁଖ ସମବୃଦ୍ଧି ପାଇଁ ରଖାଯାଇଥାଏ । ଏହି ବ୍ରତ କୁ ରଖିବା ସମୟରେ ବିଧି ନିୟମ ଅନୁସାରେ କରିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।