ଦେଶ- ବିଦେଶ

ଦିଲ୍ଲୀ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାର ରାତିରେ ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ହୋଇ ୭ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିହାରରେ ଏକ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ହସ୍ପିଟାଲ ମାଲିକଙ୍କୁ ଗିରଫ କରିଛି। ଏଥିସହ ହସ୍ପିଟାଲରେ ନିଆଁ ଲାଗିବା ସମୟରେ ସିଫ୍ଟରେ ଥିବା ଢାକ୍ତର ଆକାଶ ମଧ୍ୟ ଗିରଫ ହୋଇଛନ୍ତି। ପୂର୍ବରୁ ଆଇପିସିର ବିଭିନ୍ନ ଧାରା ଅଧୀନରେ ହସ୍ପିଟାଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତକାଲି ରାତିରେ ହସ୍ପିଟାଲରେ ନିଆଁ ଲାଗି ଯାଇଥିଲା। ୧୨ ନବଜାତ ଶିଶୁଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ୫ ଜଣ ଏବେ ଅନ୍ୟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଏବଂ ସଙ୍ଗେସଙ୍ଗେ ନିଆଁ ବ୍ୟାପି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପିଏମ୍ଓ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉକ୍ତ ଘଟଣାକୁ ହୃଦୟବିଦାରକ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। ଏନେଇ ତଦନ୍ତ ଜାରି ରହିଛି। ଯିଏ ବି ଏହି ଅବେହଳା ପାଇଁ ଦାୟୀ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେଜ୍ରିୱାଲ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button