ରାଜନୀତି

୫ଟି ପର୍ଯ୍ୟାୟର ଆସନଭିତ୍ତିକ ମତଦାନ ହାର ଜାରି: ସୁପ୍ରିମ୍‌କୋର୍ଟ ରାୟ ଆମକୁ ସୁଦୃଢ଼ କରିଛି – Kalinga News

[ad_1]

ମତଦାନ ତଥ୍ୟକୁ ନେଇ ବିଭ୍ରାନ୍ତି ବିରୋଧରେ ଇସିଙ୍କ କଡ଼ା ବୟାନ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପାଞ୍ଚଟି ପର୍ଯ୍ୟାୟ ପାଇଁ ଶନିବାର ନିର୍ବାଚନ କମିସନ ଆସନ ଭିତ୍ତିରେ ସମ୍ପୂର୍ଣ୍ଣ ମତଦାନ ସଂଖ୍ୟା ଜାରି କରିଛନ୍ତି। ଏହା ସହିତ ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଯେ ମତଦାନ ତଥ୍ୟ ସବୁବେଳେ ଉଭୟ ପ୍ରାର୍ଥୀ ଏବଂ ଜନସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି। ତେବେ ନିର୍ବାଚନ ପ୍ରକ୍ରିୟାକୁ ଖରାପ କରିବା ପାଇଁ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ନିର୍ବାଚନ କମିସନକୁ ଷଡ଼୍‌ଯନ୍ତ୍ରପୂର୍ଣ୍ଣ ସମାଲୋଚନା କରି ସାଧାରଣରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଦ୍ବନ୍ଦ୍ବ ସୃଷ୍ଟି କରବାକୁ ଚାହୁଛନ୍ତି ବୋଲି କମିସନ କହିଛନ୍ତି। ଆପ୍ ଜରିଆରେ ଭୋଟରଙ୍କ ମତଦାନ ତଥ୍ୟ ତୁରନ୍ତ ଉପଲବ୍ଧ କରାଇବାକୁ ସମସ୍ତ ପ୍ରୟାସ ହୋଇଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ବୁଥ୍‌ୱାରି ଭୋଟରଙ୍କ ମତଦାନ ତଥ୍ୟ ୱେବସାଇଟରେ ଅପଲୋଡ୍ କରିବା ପାଇଁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେବାକୁ ମନା କରିବାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ମତଦାନ ସଂଖ୍ୟା ଜାରି କରି ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ସାଧାରଣ ନିର୍ବାଚନ ମଧ୍ୟରେ ବାତାବରଣ ଖରାପ କରିବା ସହ ନିର୍ବାଚନ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବୁଥ୍‌ର ବିସ୍ତୃତ ତଥ୍ୟ ଜାରି କରିବାକୁ କିଛି ସଂସ୍ଥା ଦାବି କରୁଛନ୍ତି ବୋଲି ଦର୍ଶାଇ ନିର୍ବାଚନ କମିସନ ଏନଜିଓ ‘ଏଡିଆର୍‌’ର ଦାବିକୁ ବିରୋଧ କରିଥିଲେ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ତଥ୍ୟ ପ୍ରକାଶ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଏବଂ ରାୟ ଦ୍ୱାରା ଆୟୋଗ ଯଥେଷ୍ଟ ସୁଦୃଢ଼ ଅନୁଭବ କରୁଛନ୍ତି ବୋଲି ନିର୍ବାଚନ ଆୟୋଗ ଏକ ବିବୃତିରେ କହିଛନ୍ତି। ସମସ୍ତ ପ୍ରାର୍ଥୀଙ୍କ ଅନୁମୋଦିତ ଏଜେଣ୍ଟଙ୍କ ପାଖରେ ଫର୍ମ ୧୭ସି ରହିଛି, ଯେଉଁଥିରେ ୫୪୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦.୫ ଲକ୍ଷ ମତଦାନ କେନ୍ଦ୍ରର ସମୁଦାୟ ଭୋଟ୍ ସଂଖ୍ୟା ରେକର୍ଡ କରାଯାଇଛି। ଆୟୋଗ କହିଛନ୍ତି ଯେ ଫର୍ମ ୧୭ସିରେ ରେକର୍ଡ ହୋଇଥିବା ମୋଟ ଭୋଟ୍‌ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରିବ ନାହିଁ କାରଣ ଏହା ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button