ଦିଲ୍ଲୀ ନିର୍ବାଚନ ଫଳ ଉପରେ ସାରା ଦେଶର ନଜର – Kalinga News

[ad_1]
ନୂଆଦିଲ୍ଲୀ : ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ଆଜି ଭୋଟ୍ ଶେଷ ହୋଇଛି। ଚଳିତ ଥର ଦିଲ୍ଲୀରେ ବିଜେପି ଏବଂ ଆପ୍-କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇଛି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। ବିଜେପି ଶେଷ ୨ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ ଆସନରେ ଜିତିଥିଲା। କିନ୍ତୁ ଚଳିତ ଥରର ନିର୍ବାଚନ ଫଳକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆପ୍-କଂଗ୍ରେସ ମେଣ୍ଟ ବିଜେପି ପାଇଁ ବହୁତ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଥିଲା। ଏହାଦ୍ବାରା ଦିଲ୍ଲୀରେ ବିଜେପି ଗଣିତ ବିଗିଡ଼ି ଯାଇପାରେ ବୋଲି କୁହାଯାଉଛି। ତେଣୁ ଦିଲ୍ଲୀ ନିର୍ବାଚନ ଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏସବୁ ମଧ୍ୟରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରସ୍ପର ପାଇଁ ପ୍ରଚାର କରିଛନ୍ତି। ଦିନେ ରାହୁଲ ଗାନ୍ଧୀ ଏବଂ କେଜ୍ରିୱାଲ ପରସ୍ପରକୁ କଡ଼ା ସମାଲୋଚନା କରୁଥିଲେ। କିନ୍ତୁ ଏବେ ଉଭୟ ନେତା ସମାନ ସ୍ବରରେ କଥା ହେଉଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଅରବିନ୍ଦ କେଜ୍ରିୱାଲ ଯେତେବେଳେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସେ ସମୟରେ ସେ କହିଥିଲେ ଯେ ସେ କେବେ ବି କଂଗ୍ରେସ ସହ ମେଣ୍ଟ କରିବେ ନାହିଁ। ୨୦୧୩ ନଭେମ୍ବର ୨୮ରେ କେଜ୍ରିୱାଲ ଏକ ଟ୍ବିଟ୍ କରି କହିଥିଲେ ଯେ କୌଣସି ପରିସ୍ଥିତିରେ ବି ବିଜେପି ଏବଂ କଂଗ୍ରେସ ସହ ଆପ୍ ମେଣ୍ଟ କରିବ ନାହିଁ। କିନ୍ତୁ ଏବେ ଉଭୟ ଦଳ ଇଣ୍ଡି ମେଣ୍ଟର ଅଂଶ ଓ ଦିଲ୍ଲୀ, ଚଣ୍ଡିଗଡ଼, ହରିୟାଣା , ଗୁଜରାଟ, ଗୋଆରେ ଏକାଠି ନିର୍ବାଚନ ଲଢ଼ୁଛନ୍ତି। ଏପରିକି ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ଉତ୍ତର ପୂର୍ବ ଦିଲ୍ଳୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀରେ ଇଣ୍ଡି ମେଣ୍ଟ ସମର୍ଥନରେ ଏକ ବିଶାଳ ରାଲି କରିଛନ୍ତି। ରାହୁଲ କହିଥିଲେ କେଜ୍ରିୱାଲ କଂଗ୍ରେସ ବଟନ୍ ଏବଂ ମୁଁ ଆପ୍ ବଟନ ଦବାଇବୁ।
[ad_2]