ମନୋରଞ୍ଜନ

ଦେବ୍ ନାଆଁରେ ଏକାଧିକ ନାୟକ – Kalinga News

[ad_1]

ଶିବଶଙ୍କର ଓଝା

ଓଲିଉଡ୍‌ରେ ‘ଦେବ୍’ ନାଆଁରେ ଅଛନ୍ତି ଏକାଧିକ ନାୟକ। ଯଦିଓ ସେମାନଙ୍କ ପୂରା ନାଁ ଦେବବ୍ରତ, ଦେବାନନ୍ଦ, ଦେବରାଜ ଓ ଦେବାଶିଷ, କିନ୍ତୁ ଦେବ୍‌ ଭାବେ ଜଣାଶୁଣା। ଆସନ୍ତୁ ସେମାନଙ୍କ ଅଭିନୟ ଜୀବନ ସଂପର୍କରେ କିଛି ଅଧିକ ଜାଣିବା…

ଦେବ୍: ଏହି ନାଆଁରେ ତିନିଜଣ ନାୟକ ଅଛନ୍ତି ଓଲିଉଡ୍‌ରେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେବବ୍ରତ ପ୍ରଧାନ ଓରଫ୍ ଦେବ୍। ନାୟକ ଭୂମିକାରେ ସେ ପ୍ରଥମେ ପରଦାକୁ ଆସିଥିଲେ ରଶ୍ମିତା ସ୍ବାଇଁଙ୍କ ପ୍ରଯୋଜିତ ତଥା ଏସ୍ କେ ମୂରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ପ୍ରେମ ତୋର ନଟି ନଟି’ରେ। ଏଥିରେ ସେ ତମନ୍ନାଙ୍କ ବିପକ୍ଷରେ ନଜର ଆସିଥିଲେ। ଏବେ ନାୟକ ଦେବ୍ ଓଡ଼ିଆ ସିନେମା ‘ମହାକାଳ’ରେ ଆସୁଛନ୍ତି। ଏଥିରେ ଦେବ୍‌ଙ୍କ ନାୟିକା ଭୂମିକାରେ ନବାଗତା ମୋନାଲି ଅଛନ୍ତି। ଡି.ପି. ଏହାର ନିର୍ଦ୍ଦେଶକ। ଖାଲି ସେତିକି ନୁହେଁ, ଦେବ୍ ଅନ୍ୟ ଏକ ଓଡ଼ିଆ ସିନେମା ‘ମହାବୀର’ରେ ବି ନଜର ଆସିବେ।
ଏଣେ ଦେବ୍ ନାଆଁରେ ଆଉ ଜଣେ ନାୟକ ୨୦୧୬ରେ ମୁକ୍ତିଲାଭ କରିଥିବା ‘ମୋ ଦିଲ୍ କହେ ଇଲୁ ଇଲୁ’ରେ ନଜର ଆସିଥିଲେ। ତାଙ୍କର ପ୍ରକୃତ ନାଆଁ ହେଲା ଦେବ୍ ଶ୍ରୀଚନ୍ଦନ। ଲୋକନାଥ ବାରିକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶ୍ରୁତି ଥିଲେ ତାଙ୍କ ନାୟିକା। ଏହାପରେ କିନ୍ତୁ ତାଙ୍କୁ ଆଉ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

ଏଣେ ଆଉ ଜଣେ ନାୟକ ଦେବ୍‌ଙ୍କୁ ‘ଲଭ୍ ଟ୍ୱିଷ୍ଟ’ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ। ତାଙ୍କର ଦ୍ବିତୀୟ ସିନେମା ହେଲା ‘ସ୍ବାଗତମ୍’। ତେଣେ ଲିଟୁ ମହାନ୍ତିଙ୍କ ‘ତୋର ମୋର ପ୍ରେମ କାହାଣୀ’ରେ ନାୟକ ଭାବେ ଅଭିନୟ କରିଥିଲେ ବରଗଡ଼ର ନବାଗତ ନାୟକ ଦେବ୍। ତାଙ୍କ ନାମ ହେଲା ଦେବବ୍ରତ ମାଝୀ। ହେଲେ ଏହି ସିନେମାଟି ପରଦାକୁ ଆସିପାରିନାହିଁ। ଏଥିରେ ଦୀପିକାଙ୍କ ନାୟକ ବନିଥିଲେ ସେ। ଦେବ୍ ଜଣେ ଡାକ୍ତର ହୋଇଥିବା ହେତୁ ନିଜ ବୃତ୍ତିରେ ମନୋନିବେଶ କରିଛନ୍ତି। ଅଭିନୟ କ୍ଷେତ୍ରରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ସେ।

ଦେବାନନ୍ଦ: ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ବିଗୁଲ୍’ରେ ନାୟକ ଭୂମିକାରେ ନଜର ଆସିଥିଲେ ଦେବାନନ୍ଦ ବେହେରା। ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସୁପ୍ରିୟା ଥିଲେ ତାଙ୍କର ନାୟିକା । ପୂର୍ବରୁ ଗତବର୍ଷ ମୁକ୍ତିଲାଭ କରିଥିବା ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଶଙ୍କର’ରେ ବି ନାୟକ ସାଜି ପରଦାକୁ ଆସିଥିଲେ ସେ। ଏଥିରେ ତାଙ୍କୁ ଚୁଲୁବୁଲି ନାୟିକା ଦିବ୍ୟାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଦେବାନନ୍ଦ ଜଣେ ଥିଏଟର୍ କଳାକାର। ସେ କେତେକ ମଞ୍ଚ ନାଟକରେ ଅଭିନୟ କରିସାରିଛନ୍ତି। ‘ବିଗୁଲ୍ ୨’ ସମେତ ତାଙ୍କ ଅଭିନୀତ ଆଉ କେତୋଟି ଓଡ଼ିଆ ସିନେମା ଏବେ ଫ୍ଲୋର୍‌ରେ ରହିଛି।

ଦେବରାଜ: ଓଲିଉଡ୍‌ର ଜଣାଶୁଣା ନାୟକ ଦେବରାଜଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଛି କେତୋଟି ଓଡ଼ିଆ ଛବିରେ। ସେ ‘ତୋ ପ୍ରେମରେ ପଡ଼ିଲା ପରେ’ରେ ପ୍ରଥମେ ନଜର ଆସିଥିଲେ। ଏଥିରେ ତାଙ୍କର ନାୟିକା ବନିଥିଲେ ଚିନ୍ମୟୀ। ତାଙ୍କର କେତୋଟି ଓଡ଼ିଆ ସିନେମା ରହିଛି। ଏଥିମଧ୍ୟରେ ରହିଛି ‘ମୁନ୍ନା ଭାଇ ବିବିଏସ୍‌ଆର୍’, ଚାଲ୍ ଟିକେ ପ୍ରେମ କରିବା, ଓ ‘ବାବାଜୀକା ଠୁଲୁ’ ଇତ୍ୟାଦି।

ଦେବାଶିଷ: ଏଣେ ଦେବାଶିଷ ନାମରେ ଜଣେ ନାୟକ ଓଲିଉଡ୍‌ରେ ବେଶ୍‌ କିଛି ବର୍ଷ ଧରି ସକ୍ରିୟ ଅଛନ୍ତି। ସେ ଅବଶ୍ୟ କେତେକ ସିନେମାରେ ଚରତ୍ର ଅଭିନେତା ଭାବେ ବି ନଜର ଆସିଛନ୍ତି। ତାଙ୍କ ପ୍ରକୃତ ନାମ ହେଲା ଦେବାଶିଷ ପାତ୍ର। ତାଙ୍କ ଅଭିନୀତ କେତୋଟି ଉଲ୍ଲେଖନୀୟ ସିନେମା ହେଲା ‘ଜୟ ଜଗନ୍ନାଥ’, ‘ପହିଲି ରଜ’, ‘ଚୋରି ଚୋରି’, ‘ତତେ ଭଲ ପାଉଚି ବୋଲି’, ‘ତୁ ମୋ ଲଭ୍‌ଷ୍ଟୋରି’, ‘ରଘୁପତି ରାଘବ ରାଜାରାମ’, ‘ଶେଷ ରାତି’ ଓ ‘କଟକ-ଶେଷରୁ ଆରମ୍ଭ’ ଆଦି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button