ରାଜନୀତି

ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନା ଆସନରୁ ଜିତିଲେ ଭିନେଶ ଫୋଗାଟ

କଂଗ୍ରେସ ପ୍ରାର୍ଥୀ ତଥା ରେସଲେର୍ ଭିନେଶ ଫୋଗାଟ ଜିତିଛନ୍ତି ବିଧାନସଭା ନିର୍ବାଚନ। କୁସ୍ତି ମୈଦାନ ପରେ ରାଜନୀତି ମୈଦାନରେ ବି ଭିନେଶଙ୍କୁ ମିଳିଛି ବଡ଼ ସଫଳତା।

ହରିୟାଣାର ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି ଭିନେଶ ଫୋଗାଟ। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ୬,୦୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଭିନେଶ।

ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର।

ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ।

୨୦୨୪ ଅଲିମ୍ପିକ୍ସ ପରେ ରେସଲିଂରୁ ଅବସର ଘୋଷଣା କରିଥିଲେ ଭିନେଶ ଫୋଗାଟ। ଏହାପରେ ସେ ସେପ୍ଟେମ୍ବର 6ରେ କଂଗ୍ରେସରେ ଯୋଗ ଦେଇଥିଲା। ଏହା ତାଙ୍କର ପ୍ରଥମ ନିର୍ବାଚନ ହୋଇ ଥିବାବେଳେ ସେ ବିଜୟ ହାସଲ କରିଛନ୍ତି।

ପ୍ରକାଶ ଥାଉକି, ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ଆଜି ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ହେଉଛି। ହରିୟାଣାରେ ବିଜେପି ଆଗରେ ଥିବାବେଳେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଆଗରେ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button