ଆଜି ଟ୍ରଫି ଟକ୍କର: କେକେଆର୍ ସହ ଲଢ଼ିବ ଏସ୍ଆରଏଚ୍ – Kalinga News

[ad_1]
ଚେନ୍ନାଇ: ତେର ସହରରେ ୭୩ ମ୍ୟାଚ୍, ପୁଣି ୬୬ ଦିନର ଲଢ଼େଇ ପରେ ‘ଆଇପିଏଲ୍-୨୦୨୪’ର ଅନ୍ତିମ ମୁକାବିଲା ଆଉ ମାତ୍ର କିଛି ଘଣ୍ଟା ପରେ ଖେଳାଯିବ। ବିଶ୍ବର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚ୍ଚିତ ଲିଗ୍ର ଟ୍ରଫି ଟକ୍କରରେ ରବିବାର ଦୁଇ ଟାଣୁଆ ଦଳ କୋଲାକତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏଥିଲାଗି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। କ୍ରିକେଟ୍ର ସବୁଦିଗରୁ ଦୁଇଟି ଯାକ ଦଳ ମହାଶକ୍ତିଶାଳୀ ହୋଇଥିବାରୁ ରବିବାରର ଫାଇନାଲ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ମଧ୍ୟ ଏହି ବହୁ ପ୍ରତୀକ୍ଷିତ ମେଗା ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ରହିଛି। ରାତି ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ମହାଲଢ଼େଇ ପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଉଲ୍ଲସିତ ଅଛନ୍ତି। ଉଭୟ ଦଳ ହୀରା ଖଚିତ ଟ୍ରଫି ସହ ମୋଟା ଅଙ୍କର ପୁରସ୍କାର ରାଶି ଉପରେ ନିଜନିଜର ଦାବିଦାରି ଉପସ୍ଥାପନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ନାଇଟ୍ ରାଇଡର୍ସର ଫାଇନାଲ୍ ପ୍ରବେଶ ତୁଳନାତ୍ମକ ଭାବେ ଅଧିକ ଆଧିପତ୍ୟଭରା ରହିଛି। ତୃତୀୟ ଥର ବିଜେତା ହେବା ଲକ୍ଷ୍ୟରେ ଥିବା କୋଲକାତା ଟେବୁଲ ଟପ୍ପର ହୋଇ କ୍ବାଲିଫାୟର୍-୧ ଖେଳିଥିଲା। ସେଠାରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ବାଲିଫାୟର-୧ରେ ପରାଜିତ ହେବା ପରେ ଏଲିମିନେଟର୍ ରୂପରେ ପାଇଥିବା ଦ୍ବିତୀୟ ସୁଯୋଗର ଭରପୂର ସଦୁପଯୋଗ କରିଥିଲା। ସେଠାରେ ରାଜସ୍ଥାନ ରୟାଲ୍ସକୁ ସହଜରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ଛଡ଼ାଇ ନେଇଥିଲା। ହାଇଦ୍ରାବାଦ ପାଖରେ ଏବେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ସୁବର୍ଣ୍ଣ ସୁଯୋଗ ପହଞ୍ଚିଛି। ଫାଇନାଲ୍ରେ ବିଜୟ ହେଲେ କୋଲକାତାଠାରୁ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବା ସହ ଟ୍ରଫି ତୋଳିବାର ଗୌରବ ହାସଲ କରିବ ପ୍ୟାଟ୍ କମିନ୍ସଙ୍କ ଦଳ। ସତେଜ ମନ ଓ ଶରୀର ନେଇ ଫାଇନାଲ୍କୁ ଯିବା ଆଶାରେ ହାଇଦ୍ରାବାଦ ଖେଳାଳି ଶନିବାର ଅଭ୍ୟାସ ଅଧିବେଶନକୁ ବାତିଲ କରିଛନ୍ତି। ସେପଟେ ବର୍ଷା ପାଇଁ କୋଲକାତାର ଅଭ୍ୟାସ ବାଧାପ୍ରାପ୍ତ ହୋଇଛି। କ୍ବାଲିଫାୟର-୨ରେ କାକର ସମସ୍ୟା ନଥିବାରୁ ଦ୍ବିତୀୟ ବୋଲିଂ କରୁଥିବା ଦଳ ଫାଇଦାରେ ରହିଥିଲା। ରବିବାର ମଧ୍ୟ କାକର ପଡ଼ିବାର ଆଶଙ୍କା କମ୍ ରହିଛି। ଏଣୁ ଟସ୍ ଜିତିବା ଦଳ ପଶ୍ଚାତ୍ଧାବନକୁ ପସନ୍ଦ କରିପାରେ। ଆକାଶ ମେଘାଚ୍ଛନ୍ନ ରହିବ ଏବଂ ସମୟ ବଢ଼ିବା ସହ ଆର୍ଦ୍ରତା ବଢ଼ିବ। ଏଣୁ ସ୍ପିନର୍ ମୁଖ୍ୟତଃ ଫାଇଦାରେ ରହିବେ।
ଟ୍ରଫି ଉପରେ ନଜର ସହ କୋଲକାତା ମାର୍ଗଦର୍ଶକ ତଥା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ରଣନୀତି ଓ ହାଇଦ୍ରାବାଦର ବିଶ୍ବବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଦୃଢ଼ ନେତୃତ୍ବକୁ ନେଇ ମଧ୍ୟ ଫାଇନାଲ୍ ଚର୍ଚ୍ଚାରେ ରହିଛି। କୋଲକାତାକୁ ଗମ୍ଭୀର ଅଧିନାୟକ ଭାବେ ଦୁଇ ଥର ବିଜେତା କରିସାରିଛନ୍ତି। ଏଥର ମାର୍ଗଦର୍ଶକ ଭାବେ ପ୍ରଥମ ଟ୍ରଫି ଜିତିବାର ଦ୍ବାର ଦେଶରେ ରହିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଅଷ୍ଟ୍ରେଲିଆ ଅଧିନାୟକ ଭାବେ ଦିନିକିଆ ବିଶ୍ବକପ୍, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଓ ଆସେସ୍ ଜିତିବାର କୀର୍ତ୍ତିମାନ କରିଥିବା କମିନ୍ସ, ହାଇଦ୍ରାବାଦ ପାଇଁ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ତାଙ୍କୁ କିନ୍ତୁ କୋଲକାତାରୁ ଖେଳୁଥିବା ନିଜ ଦେଶର ତାରକା ପେସର୍ ମିଚେଲ ଷ୍ଟାର୍କଙ୍କ ରୂପରେ ଥିବା ବଡ଼ ବିପଦକୁ ପ୍ରତିହତ କରିବାକୁ ହେବ।
କେକେଆର୍ ସହ ଲଢ଼ିବ ଏସ୍ଆରଏଚ୍
ସଂଖ୍ୟା ଖେଳରେ କୋଲକାତା ଆଗରେ
ଗମ୍ଭୀର ଓ କମିନ୍ସଙ୍କ ପାଇଁ କୀର୍ତ୍ତିମାନ ସୁଯୋଗ
ପାଗ ଓ ପରିବେଶ ସ୍ପିନର୍ଙ୍କୁ ସୁହାଇବ
ଖେଳାଳିଙ୍କ ବ୍ୟକ୍ତିଗତ ତୁଳନାରେ କିନ୍ତୁ ହାଇଦ୍ରାବାଦଠାରୁ କୋଲକାତା ସାମାନ୍ୟ ଆଗରେ ରହିବ। ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ଅଧିନାୟକ ଶ୍ରେୟସ୍ ଆୟର ଓ ଭେଙ୍କଟେଶ ଆୟର, ନୀତୀଶ ଓ ହର୍ଷିତ ରାଣା ଏବଂ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି କୋଲକାତାକୁ ଅପ୍ରତିଦ୍ବନ୍ଦ୍ବୀ କରିଛି। ହାଇଦ୍ରାବାଦ ପାଖରେ ମଧ୍ୟ ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ଭୁବନେଶ୍ବର କୁମାର, ଟି.ନଟରାଜନ ଓ ଜୟଦେବ ଉନାଡ଼କଟ୍ଙ୍କ ଭଳି ପ୍ରତିଭାଶାଳୀ ଘରୋଇ ଖେଳାଳି ଅଛନ୍ତି। ଟ୍ରାଭିସ୍ ହେଡ୍ ଓ ହେନରିକ୍ କ୍ଲାସେଁଙ୍କ ଭଳି ବିଦେଶୀ ଖେଳାଳି ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। କ୍ବାଲିଫାୟର-୨ରେ ଅଭିଷେକ ନିଜ ସ୍ପିନ୍ ଦକ୍ଷତା ଦେଖାଇ ସାରିଥିଲା ବେଳେ ଶାହବାଜ ଅହମ୍ମଦଙ୍କ ରୂପରେ ଦଳ ପାଖରେ ଆଉ ଏକ ଭଲ ସ୍ପିନ୍ ବିକଳ୍ପ ରହିଛି। ମଜାଦାର କଥା ହେଲା ଆଇପିଏଲ୍ ଫାଇନାଲ୍ରେ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ଥିବା ଜଣେ ହେଲେ ବି ଖେଳାଳି ଦେଖିବାକୁ ମିଳିବେ ନାହିଁ। କୋଲକାତାରେ ରିଙ୍କୁ ସିଂହ ଥିଲେ ମଧ୍ୟ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ ଦଳରେ ସେ କେବଳ ମାତ୍ର ସଂରକ୍ଷିତ ଖେଳାଳି ରହିଛନ୍ତି।
କୋଲକାତା ଓ ହାଇଦ୍ରାବାଦ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ କୋଲକାତା ୧୮ ଓ ହାଇଦ୍ରାବାଦ ମାତ୍ର ୯ ମ୍ୟାଚ୍ରେ ବିଜୟୀ ହୋଇଛି। ଗତ ୬ଟି ମୁକାବିଲାରେ କୋଲକାତାର ଜୟ-ପରାଜୟ ରେକର୍ଡ ହେଉଛି ୪-୨। ଚେନ୍ନାଇରେ ଦୁଇ ଦଳ ଦ୍ବିତୀୟ ଥର ଲାଗି ଭେଟାଭେଟି ହେବେ। ଦୁଇ ଦଳ ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଓ ଏକମାତ୍ର ମ୍ୟାଚ୍କୁ କୋଲକାତା ୧୦ ରନ୍ରେ ଜିତି ନେଇଥିଲା। ଆଇପିଏଲ୍ ପ୍ଲେଅଫ୍ରେ ୪ଥର ପରସ୍ପରର ମୁକାବିଲା କରି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି।
ସମ୍ଭାବ୍ୟ କୋଳକାତା: ରହମାନୁଲ୍ଲା ଗୁରବାଜ, ସୁନୀଲ ନାରାୟଣ, ଶ୍ରେୟସ୍ ଆୟର (ଅଧିନାୟକ), ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ରମଣଦୀପ ସିଂହ, ମିଚେଲ ଷ୍ଟାର୍କ, ହର୍ଷିତ ରାଣା, ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତୀ, ନୀତୀଶ ରାଣା।
ସମ୍ଭାବ୍ୟ ହାଇଦ୍ରାବାଦ: ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ରାହୁଲ ତ୍ରିପାଠୀ, ନୀତୀଶ କୁମାର ରେଡ୍ଡୀ, ଗ୍ଲେନ୍ ଫିଲିପ୍ସ, ହେନରିକ କ୍ଲାସେଁ, ଶାହବାଜ ଅହମ୍ମଦ, ପ୍ୟାଟ୍ କମିନ୍ସ (ଅଧିନାୟକ), ଭୁବନେଶ୍ବର କୁମାର, ଟି.ନଟରାଜନ, ଜୟଦେବ ଉନାଦକଟ/ଉମ୍ରାନ ମଲ୍ଲିକ, ଅବଦୁଲ ସମଦ।
[ad_2]