ଆଇପିଏଲ: ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ସନରାଇଜର୍ସ ହାଇଦ୍ରାବାଦ – Kalinga News

[ad_1]
ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର-୨୦୨୪ର ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଅଭିଷେକ ଶର୍ମା ସର୍ବାଧିକ ୨୯ ରନ କରିଥିବାବେଳେ ଅବଦୁଲ ସମଦ ମଧ୍ୟ ୨୯ ରନ କରିଥିଲେ । ହେନରିକ କ୍ଲାସେନ ୨୪ ରନ କରିଥିବାବେଳେ ଶାହବାଜ ଅହମଦ ୨୨ ରନ କରିଥିଲେ । ସେହିପରି ଟ୍ରାଭିସ ହେଡ୍ ୧୯ ରନ କରିଥିବାବେଳେ ଆଇଡେନ ମାର୍କରାମ ୧୭ ରନ କରିଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା, ଉମେଶ ଯାଦବ, ରସିଦ ଖାଁ, ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]




