ଖେଳ ଖବର

ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ଓଡ଼ିଶା ତୃତୀୟ ଥର ବିଜେତା – Kalinga News

[ad_1]

ଭୁବନେଶ୍ବର: କର୍ଣ୍ଣାଟକରେ ଆୟୋଜିତ ଚତୁର୍ଥ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ୪ଟି ଯାକ ସଂସ୍କରଣରେ ଫାଇନାଲ୍‌ ଖେଳିଥିବା ଓଡ଼ିଶାର ଏହା ଲଗାତାର ଦ୍ବିତୀୟ ଓ ‌ମୋଟ ଉପରେ ତୃତୀୟ ଟ୍ରଫି। ଗତଥର ଭଳି ଶୁକ୍ରବାର ଫାଇନାଲ୍‌ରେ ଓଡ଼ିଶା ୬ ୱିକେଟ୍‌ରେ କର୍ଣ୍ଣାଟକକୁ ହରାଇ ପୁଣି ଥରେ ଟ୍ରଫି କରାୟତ୍ତ କରିଛି। ୯୪ ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ମାତ୍ର ୧୩.୧ ଓଭରରେ ହାସଲ କରିନେଇଥିଲା। ଯମୁନା ରାଣୀ ଟୁଡ଼ୁ ୨୪ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ବାସନ୍ତୀ ହାଁସ୍‌ଦା ୩୪* ଓ ପଦ୍ମିନୀ ଟୁଡ଼ୁ ୧୪* ରନ୍‌ରେ ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ। ପୂର୍ବରୁ ଓଡ଼ିଶା ବୋଲର ପାୱାରପ୍ଲେରେ ୫ ୱିକେଟ୍‌ ଝଡ଼ାଇ କର୍ଣ୍ଣାଟକକୁ ଆରମ୍ଭରୁ ଝଟ୍‌କା ଦେଇଥିଲେ। ଏପରିକି ୮ ଓଭରରେ ୪୪/୬ରେ ସଂଘର୍ଷ କରିଥିଲା ଘରୋଇ ଦଳ। ଦିବାକ୍କା ଓ ରେଣୁକା ରାଜପୁତ ଉପଯୋଗୀ ପାଳି ଖେଳିବାରୁ ଦଳ ୧୮.୩ ଓଭରରେ ୯୩ ରନ୍‌ରେ ପହଞ୍ଚିପାରିଥିଲା। ଯମୁନା ୨ଟି ଏବଂ ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ରଚନା ଜେନା ଓ ମୁନି ପୂର୍ତ୍ତି ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଝିଲି ବିରୁଆ ଫାଇନାଲ୍‌ର ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button