ଓଡ଼ିଶାର ଲୋକ ଚାହାଁନ୍ତି ମୋଦୀଙ୍କ ଗ୍ୟାରେଣ୍ଟି: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ – Kalinga News

[ad_1]
ଭୁବନେଶ୍ବର: ଓଡ଼ିଶାର ଲୋକ ଚାହାଁନ୍ତି ମୋଦୀଙ୍କ ଗ୍ୟାରେଣ୍ଟି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ। ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଏଭଳି ଦୃଢ଼ୋକ୍ତି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ମୃତି ଇରାନୀ ଆହୁରି କହିଛନ୍ତି, ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲ ବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲ ବାବୁ। ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଭଳି ମାଫିଆ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ଦେଲେ। ମୁଁ ତାମିଲ ବାବୁଙ୍କୁ ଚେତାବନୀ ଦେଉଛି, ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ରିପୋର୍ଟର ଯାଞ୍ଚ କରାଯିବ। ଯାଞ୍ଚ ପରେ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାରେ ନବୀନ ବାବୁଙ୍କୁ କହିବାର ସ୍ବାଧୀନତା ନାହିଁ, କି କାହାକୁ ଭେଟିବାର ସ୍ବାଧୀନତା ନାହିଁ। ବିଜେପିକୁ ଭୋଟ୍ ଦେଇ ତାମିଲ ବାବୁଙ୍କୁ ଓଡ଼ିଶାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ବିଜେପି ସରକାର ଆସିଲେ, ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡ଼ା କିଷାନ୍ ସମ୍ମାନନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିବେଦନ କରିଛନ୍ତି।
[ad_2]




