ଅନ୍ତରୀଣ ବଜେଟ୍ : ନିର୍ବାଚନ ବର୍ଷ ସତ୍ତ୍ବେ ଲୋଭନୀୟ ଘୋଷଣା ନାହିଁ – Kalinga News

[ad_1]
ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟରେ ସେପରି କୌଣସି ଲୋକ-ଲୋଭନୀୟ ଘୋଷଣା କରିନାହାନ୍ତି । ଅର୍ଥାତ ସରକାର ଲୋକଙ୍କୁ ଆକୃଷ୍ଟ କରିବା ଅପେକ୍ଷା ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି । ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇନାହିଁ । ସେହପରି ପରୋକ୍ଷ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ଥିବାରୁ କୌଣସି ସାମଗ୍ରୀ ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ । ଅନ୍ୟ କ୍ଷେତ୍ରଗୁଡ଼ିକ ପାଇଁ ମଧ୍ୟ ସେପରି କୌଣସି ଯୁଗାନ୍ତକାରୀ ଘୋଷଣା କରାଯାଇନାହିଁ । କେବଳ ପୂର୍ବରୁ ଚାଲିଆସିଥିବା ଯୋଜନା ଗୁଡ଼ିକର ସଂପ୍ରସାରଣ ଓ ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇଛି ।

Sambad is now on WhatsApp
Join and get latest news updates delivered to you via WhatsApp
ଲୋକପ୍ରିୟ ଘୋଷଣାରୁ ଦୂରେଇ ରହି ଅର୍ଥମନ୍ତ୍ରୀ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏକ ସଂସ୍କାରମୂଳକ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭୋଟ୍ ଅନ୍ ଆକାଉଣ୍ଟ ବା ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ସମୟରେ ସେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ବ୍ୟୟ୧୧ ପ୍ରତିଶତ ବୃଦ୍ଧି କରି ୧୧.୧୧ ଲକ୍ଷ କୋଟି ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫.୮ ପ୍ରତିଶତକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ। ସମୁଦାୟ ୪୭.୬୬ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ନୂଆ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତକୁ ହ୍ରାସ ପାଇବା ଅଟକଳ କରାଯାଇଛି ।
[ad_2]