ଗଞ୍ଜାମ, ପୁରୀରେ ରାଜନୈତିକ ହିଂସା: ଖଣ୍ଡାଚୋଟରେ ୨ ଗୁରୁତର – Kalinga News

[ad_1]
ବିଜେଡି-ବିଜେପି ସମର୍ଥକ ମାରପିଟ: ୧୨ ଆହତ
ପାତ୍ରପୁର: ଚିକିଟି ନିର୍ବାଚନମଣ୍ଡଳୀ ପାତ୍ରପୁର ବ୍ଲକ୍ ବାଦପୁର ପଞ୍ଚାୟତ ହଳଦିଆପଦର ଗ୍ରାମରେ ଆଜି ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ନିରଞ୍ଜନ ରେଡ୍ଡୀ, ଡି. ପ୍ରକାଶ ରେଡ୍ଡୀ, ଏନ୍. ରାଜେୟା, ଏଲ୍. ତୁଳସୀ ଦାସ, ପି. ପୁରୁଷୋତ୍ତମ, ଏନ୍. ଶଶି, ପି. ଗୀତା, ଏନ୍. ଚିନ୍ନେୟା, ବି. ରାଘବ, ବି. ପର୍ଶୁରାମ, ବି. ସନ୍ତୋଷ, ବି. ଭୀମା ପ୍ରମୁଖ ୧୨ରୁ ଅଧିକ ଆହତ ହୋଇଛନ୍ତି। ନିରଞ୍ଜନ, ପ୍ରକାଶ, ରାଜେୟା ଓ ତୁଳସୀଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ ବିଜେପି ସମର୍ଥକ ଘର ବାହାରେ ବସିଥିବା ବେଳେ ପ୍ରାୟ ୧୨ ବିଜେଡି ସମର୍ଥକ ଆସି ଅତର୍କିତ ଆକ୍ରମଣ କରିଥିଲେ। ବିଜେପି ସମର୍ଥକଙ୍କ ପଟୁ ପାଲଟା ଆକ୍ରମଣ ହୋଇଥିଲା। ଫଳରେ ଉଭୟ ପକ୍ଷର ଅନେକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସାକ୍ଷୀଗୋପାଳ: ଆସନ୍ତାକାଲି ମତଦାନ ଥିବାବେଳେ ଆଜି ପୁଣି ଥରେ ସତ୍ୟବାଦୀ ଅଞ୍ଚଳରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଆଜି ରାତି ପ୍ରାୟ ୧୦ଟାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀଙ୍କ ଖଣ୍ଡା ଚୋଟରେ ଅନ୍ୟ ଦଳର ୨ ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକ୍ର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭୂତପଡ଼ା ଗ୍ରାମରେ ଏକ ରାଜନୈତିକ ଦଳର ସମର୍ଥକ ଚନ୍ଦ୍ରବ୍ରହ୍ମପୁର ଗ୍ରାମର ଅନ୍ୟ ଏକ ଦଳର କର୍ମୀ ରମେଶ ବାରିକ ଓ ଅଜୟ ସେଠୀଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାର କିଛି ସମୟ ପୂର୍ବରୁ ରମେଶ ବାରିକ ଘର ନିକଟ ଏକ ଦୋକାନରେ ଥିବା ବେଳେ ରାଜନୈତିକ ଘଟଣାକୁ ନେଇ କିଛି ଯୁବକ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଯୁବକମାନେ ସେଠାରୁ ଚାଲିଯାଇଥିଲେ। କିନ୍ତୁ କିଛି ସମୟ ପରେ ସେମାନେ ପୁଣି ସେଠାରେ ପହଞ୍ଚି ରମେଶ ଓ ତାଙ୍କ ସହ ଥିବା ଅଜୟଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଖବର ପାଇ ସତ୍ୟବାଦୀ ଥାନା ପୁଲିସ ଓ ଅନ୍ୟ ୨ ସ୍ପେସାଲ ସ୍କ୍ୱାଡ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ଘଟଣାରେ ବିଳମ୍ବିତ ରାତି ସୁଦ୍ଧା ସତ୍ୟବାଦୀ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ସୂଚନାଯୋଗ୍ୟ ଯେ ଗତକାଲି ମଧ୍ୟ ଏକ ରାଜନୈତିକ ଘଟଣାକୁ ନେଇ ସତ୍ୟବାଦୀ ବ୍ଲକ୍ ବଳରାମପୁରଗଡ଼ ପଞ୍ଚାୟତରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା।
[ad_2]