ରାଜନୀତି

ପାରଳାରୁ ବିଜୟଙ୍କ ପାଗଭିଡ଼ା: କଂଗ୍ରେସର ରଣନୀତିକୁ ଧରି ବିଜେପି, ବିଜେଡିର ଅଙ୍କକଷା – Kalinga News

[ad_1]

ଶ୍ରୀକାନ୍ତ ମହାରଣା

ପାରଳାଖେମୁଣ୍ଡି: ୨୦୧୯ ନିର୍ବାଚନରେ ଏହି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରର୍ଥୀ ଡ.ତିରୁପତି ପାଣିଗ୍ରାହୀଙ୍କୁ ୧୦ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ। ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ କଲ୍ୟାଣୀ ଦେବୀ ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କେ.ସୂରିୟା ରାଓ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ପାରଳା ବିଧାନସଭା ଆସନରେ କଂଗ୍ରେସ ପୁନର୍ବାର ଗଡ଼କୁ ହାତେଇବା ପ୍ରୟାସ ଆରମ୍ଭ କରିଛି। ୩୦ ବର୍ଷରେ କଂଗ୍ରେସ ଏହି ଆସନରୁ ବିଜୟ ଲାଭ କରି ଆସିଥିବା ବେଳେ ବିଗତ ୫ବର୍ଷ ମଧ୍ୟରେ ଦଳୀୟ ସଂଗଠନ ଦୁର୍ବଳ ହୋଇପଡ଼ିଛି। ପୂର୍ବତନ ବିଧାୟକ ସ୍ଵର୍ଗତ ତ୍ରିନାଥ ସାହୁଙ୍କ ଦେହାନ୍ତ ପରେ ଏହି ଆସନରେ କଂଗ୍ରେସ ଦୁର୍ବଳ ହୋଇପଡ଼ିଥିଲା କିନ୍ତୁ ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେଡି ହାୱା ଚାଲିଥିବା ବେଳେ ପାରଳାଖେମୁଣ୍ଡି କଂଗ୍ରେସ ପ୍ରାର୍ଥୀ କେ.ସୂରିୟା ରାଓ ଜିତି ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲେ। ଭୋଟ ଅଛି, ସମର୍ଥକ ଅଛନ୍ତି, କିନ୍ତୁ ସଂଗଠନ ନାହିଁ, ସମ୍ଭବତଃ ଏହା ଅନୁଭବ କରି ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିଛି ମାସ ହେଲା ଶ୍ରୀ ପଟ୍ଟନାୟକ ନିୟମିତ ଭାବେ ପାରଳାଖେମୁଣ୍ଡି ଆସନର ବିଭିନ୍ନ ବ୍ଳକ୍‌ ପରିଦର୍ଶନ କରି ଲୋକସମ୍ପର୍କ ଆରମ୍ଭ କରିଛନ୍ତି। ଏହାପରେ ବିଜେଡି ଏବଂ ବିଜେପି ନେତୃବୃନ୍ଦ କିଛି ମାତ୍ରାରେ ଅକଳିଆ ସ୍ଥିତିରେ। ପାରଳା ବିଧାନସଭା ଆସନରେ ବିଜୟ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ସ୍ପଷ୍ଟ କରିବା ପରେ ଏବେ ଏହା ଆଧାରରେ ବିଜେଡି ଓ ବିଜେପି ଶିବିର ମଧ୍ୟ ରଣକୌଶଳ ବଦଳାଇଛନ୍ତି। ଜିଲ୍ଲା ସଭାପତି ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି, ଆଗାମୀ ନିର୍ବାଚନରେ ପାରଳାଖେମୁଣ୍ଡି ଏବଂ ମୋହନା ଉଭୟ ଆସନରେ କଂଗ୍ରେସ ବିଜୟ ହେବ।

୨୦୧୯ରେ ବିଜେଡି ପାରଳା ଆସନ ହାତଛଡା କରିବା ପରେ ସଂଗଠନକୁ ସକ୍ରିୟ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ତେବେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ କେ. ନାରାୟଣ ରାଓ ପାରଳାଖେମୁଣ୍ଡି ଆସନରେ ବିଜୟ ହେବା ପରେ ବିଜେପିର ସାଂଗଠନିକ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ନେଇ ଯେଉଁ ଆକଳନ କରା ଯାଉଥିଲା, ବାସ୍ତବରେ ସେପରି କିଛି ହୋଇନାହିଁ। ବିଜେପି ବିଧାୟକ କେ.ନାରାୟଣ ରାଓ ହେବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ ସାରିଛନ୍ତି ଏବଂ ସମସ୍ତଙ୍କର ନଜର ଏବେ ବିଜେଡିର ଏହି ଆସନରୁ ଟିକଟ କିଏ ପାଇବ ନେଇ ଆଲୋଚନା ହେଉଛି। ୨୦୧୯ ନିର୍ବାଚନର ବିଜେଡି ପ୍ରାର୍ଥିନୀ ସକ୍ରିୟ ରାଜନୀତି ଠାରୁ ଦୂରେଇ ଯାଇଥିବା ଯୋଗୁଁ ଏହି ଆସନରେ ବର୍ତ୍ତମାନ ବିଜେଡିର ପ୍ରଥମ ଧାଡ଼ିରେ ଟିକଟ ଲବିରେ ରହିଛନ୍ତି ହାଇଟେକ୍‌ ଗ୍ରୁପର ଅନ୍ୟତମ ନିର୍ଦ୍ଦେଶକ ଇଂ.ରୂପେଶ ପାଣିଗ୍ରାହୀ। କିନ୍ତୁ ରୂପେଶ ବିଜେଡି ଟିକଟ ପାଇଲେ ଦଳର ପୁରୁଣା ନେତା ମାନେ ଏହାକୁ କିପରି ଗ୍ରହଣ କରିବେ ସେ ନେଇ ସଂଶୟ ରହିଛି। ସମୀକ୍ଷକମାନେ କହିବା ଅନୁସାରେ, ଜିତିବା ପାଇଁ ଏହି ଆସନରେ ଜଣେ ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ଦରକାର। ତେଣୁ ଏହି ଲକ୍ଷ୍ୟ ନେଇ ତିନି ପ୍ରମୁଖ ଦଳର ନିର୍ବାଚନ ସଂଗଠକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button