ରାଜନୀତି

ଲୋକସଭା ନିର୍ବାଚନ ଲଢ଼ିବେନି କମଲ ହାସନ: ଏହି ଦଳ ପାଇଁ କରିବେ ପ୍ରଚାର – Kalinga News

[ad_1]

ଚେନ୍ନାଇ: ଅଭିନେତା ତଥା ମକ୍କଲ ନିଧି ମାଇମ ପାର୍ଟି(ଏମଏନଏମ) ପ୍ରମୁଖ କମଲ ହାସନ ୨୦୨୪ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି ମୁଁ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ଦ୍ରାବିଡ ମୁନିତ୍ର କଡ଼ଗମ(ଡିଏମକେ) ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର କରିବି। ତାମିଲନାଡୁର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏହା ବଦଳରେ କମଲ ହାସନଙ୍କଦଳକୁ ରାଜ୍ୟସଭାରେ ଗୋଟିଏ ଆସନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।

୨୦୨୪ ଲୋକସଭା ନିର୍ବାଚନରେ ଡିଏମକେ, କଂଗ୍ରେସ, ଭିଦୁଥଲାଇ ଚିରୁଥିଗଲ କାଚି(ଭିସିକେ) ଏବଂ କମଲ ହାସନଙ୍କ ପାର୍ଟି ଏମଏନଏମ ମେଣ୍ଟ କରିବେ। ଚର୍ଚ୍ଚା ହେଉଛି ମେଣ୍ଟ ଆଧାରରେ ଡିଏମକେ କଂଗ୍ରେସକୁ ତାମିଲନାଡୁରେ ୯ ଟି ଏବଂ ପୁଡୁଚେରୀରେ ଗୋଟିଏ ଲୋକସଭା ଆସନ ଦେବାକୁ ରାଜି ହୋଇଛି। କୁହାଯାଉଛି ଉଭୟ ଦଳ ଆସନ ଭାଗବଣ୍ଟା ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରିବେ।

ପୂର୍ବରୁ ଡିଏମ‌କେ ଏବଂ ଭିସିକେ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ଆସନ ଭାଗବଣ୍ଟା ନେଇ ସହମତି ପ୍ରକାଶ ପାଇଥିଲା। ଭିସିକେ ଚିଦମ୍ବରମ ଏବଂ ଭିଲ୍ଲୁମୁରମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ।
ସହମତି ପ୍ରକାଶ ପୂର୍ବରୁ କମଲ ହାସନ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ମଧ୍ୟରେ ଡିଏମକେର ଚେନ୍ନାଇ ସ୍ଥିତ ମୁଖ୍ୟାଳୟରେ ବୈଠକ ହୋଇଥିଲା। ଏହା ପରେ କମଲ ହାସନ ଲୋକସଭା ନିର୍ବାଚନ ନ ଲଢ଼ିବାକୁ କହିଥିଲେ। ୨୦୧୯ରେ ଡିଏମକେ ମେଣ୍ଟରେ ନିର୍ବାଚନ ଲଢ଼ିଥିଲା। ଦଳକୁ ରାଜ୍ୟର ୩୯ ଲୋକସଭା ଆସନ ମଧ୍ୟରୁ ୩୮ରେ ବିଜୟ ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button