ଖେଳ ଖବର

ସିଲି ପଏଣ୍ଟ୍‌: ସାନିଆଙ୍କ ନୂଆ ନାମଫଳକ – Kalinga News

[ad_1]

ଅବସର ଓ ବିବାହ ବିଚ୍ଛେଦ ପରଠାରୁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ହୋଇ ଖୁସିରେ ଅଛନ୍ତି ଭାରତୀୟ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା। ନିକଟରେ ସେ ନିଜ ଜୀବନର ଖୁସି ମୁହୂର୍ତ୍ତଗୁଡ଼ିକର ଫଟୋକୁ ମଧ୍ୟ ଛାଡ଼ି ପ୍ରଶଂସକଙ୍କୁ ଖୁସି କରିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରେ ସାନିଆଙ୍କ ଘରର ଗେଟ୍‌ରେ ଏକ ନୂଆ ‌ନାମଫଳକ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଲେଖିଛନ୍ତି ‘ସାନିଆ ଓ ଈଝାନ୍‌’। ଫଟୋଗୁଛଗୁଡ଼ିକ ପାଇଁ ସେ କିନ୍ତୁ ଶିରୋନାମାରେ ଲେଖିଛନ୍ତି ‘ଦିସ୍ ଆଣ୍ଡ୍ ଦ୍ୟାଟ୍‌’। ବଂଧୁ, ପରିବାର ବର୍ଗଙ୍କ ବ୍ୟତୀତ ଈଝାନଙ୍କ ସହ ବିତାଇଥିବା ମୂଲ୍ୟବାନ ସମୟର ଫଟୋ ଅଧିକ ଆକର୍ଷଣୀୟ ହୋଇଛି। ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରି ଈଝାନକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ସାନିଆ ଓ ତାଙ୍କ ପାକିସ୍ତାନୀ କ୍ରିକେଟର୍‌ ପତି ସୋଏବ ମଲ୍ଲିକ ଅଲଗା ହୋଇଯାଇଥିଲେ। ସୋଏବ ତାଙ୍କ ତୃତୀୟ ବିବାହ କରିବା ମାତ୍ରେ ସାନିଆ ଏକ ବିବୃତି ଜାରି କରି ବିଚ୍ଛେଦକୁ ସ୍ପଷ୍ଟ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button