ଅପରାଧ

ନକ୍ସଲଙ୍କ ଶବ ଆଣୁଥିବା ବେଳେ ଆକ୍ରମଣ: ପାଲଟା ଆକ୍ରମଣରେ ଆଉ ଜଣେ ନକ୍ସଲ ନିହତ – Kalinga News

[ad_1]

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପ୍ରତିଶୋଧ ନେବାକୁ ଆସି ପୁଣି ଫସିଲେ ନକ୍ସଲ। ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ମଧ୍ୟରେ ୮ ନକ୍ସଲ ନିପାତ ହେବାପରେ ପୁଲିସର ମନୋବଳ ବଢ଼ିଛି। ସୂଚନା ଅନୁଯାୟୀ, ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ନକ୍ସଲ କ୍ୟାମ୍ପ କରି ବଡ଼ ଯୋଜନା କରିଥିଲେ। ଗତକାଲି ଜିଲ୍ଲା ପୁଲିସ ସହ ଡିଆର୍‌ଜି ଏବଂ ଏସ୍‌ଟିଏଫ୍‌ ଯବାନ ଏହି କ୍ୟାମ୍ପକୁ ଘେରି ଆକ୍ରମଣ କରିଥିଲେ। ଅପରେସନ୍‌ରେ ପ୍ରାୟ ୮୦୦ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଗୁଳି ବିନିମୟରେ ୭ ନକ୍ସଲ ନିହତ ହୋଇଥିଲେ ବେଳେ ୪ଜଣଙ୍କୁ ଗିରଫ କରାଯାଇଥିଲା। ୫ଟି ବନ୍ଧୁକ ସହ ବିପୁଳ ସାମଗ୍ରୀ ଜବତ ହୋଇଥିଲା। ଏହାପରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିଲା। ପୂରା ଅଞ୍ଚଳକୁ ଅକ୍ତିଆରକୁ ନେବା ପରେ ଆଜି ନିହତ ନକ୍ସଲଙ୍କ ଶବ ନେଇ ପୁଲିସ ମୁଖ୍ୟାଳୟ ଅଭିମୁଖେ ବାହାରିଥିଲେ ଯବାନ।

ପାଲଟା ଆକ୍ରମଣରେ ଆଉ ଜଣେ ନକ୍ସଲ ନିହତ
ଦୁଇ ଦିନ ମଧ୍ୟରେ ୮ ନକ୍ସଲ ନିପାତ
ଦେଢ଼ ମାସ ମଧ୍ୟରେ ଗଲାଣି ୧୨୨ ନକ୍ସଲଙ୍କ ଜୀବନ

ଅନ୍ୟପଟେ ଶକ୍ତ ଝଟ୍‌କା ଲାଗିବା ପରେ ପ୍ରତିଶୋଧ ପାଇଁ ଯୋଜନା କରିଥିଲେ ନକ୍ସଲ। ତେଣୁ ଯବାନଙ୍କ ପିଛା କରିବା ଆରମ୍ଭ କରିଥିଲେ। ଇନ୍ଦ୍ରାବତୀ ନଦୀ ପାର ହେବା ସମୟରେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ତେବେ ନିଜକୁ ସୁରକ୍ଷିତ ରଖି ଯବାନ ପୁଣି ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ଜଣେ ନକ୍ସଲ ନିହତ ହେବା ସହ ଏକାଧିକ ଆହତ ହୋଇଥିଲେ। ଏମିତି ସ୍ଥିତିରେ ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ଘଟଣା ସ୍ଥଳରୁ ନକ୍ସଲଙ୍କ ଶବ ଉଦ୍ଧାର କରି ଯବାନ ସୁରକ୍ଷିତ ଭାବେ ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଦୁଇଥର ଗୁଳି ବିନିମୟ ହୋଇଛି। ମୋଟ ୮ଜଣ ନକ୍ସଲ ନିହତ ହୋଇଥିବା ପୁଲିସ କହିଛି। ସେହିପରି ଗତ ଦେଢ଼ ମାସ ମଧ୍ୟରେ ୧୨୨ଜଣ ନକ୍ସଲ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ଗୁଳିରେ ମାଓନେତା ନିହତ

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସଙ୍ଗଠନର ଜଣେ ଏରିଆ କମାଣ୍ଡର ବୁଦ୍ଧରାମ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପୋଡ଼ାହାଟ ଜଙ୍ଗଲର ବାଲିଆଡିହି ଓ ନୱାଡା ଗାଁର ପାହାଡ଼ରେ କିଛି ଘଟଣା ଘଟାଇବା ପାଇଁ ମାଓବାଦୀମାନେ ଏକତ୍ରିତ ହୋଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ଝାଡ଼ଖଣ୍ଡ ପୁଲିସ ଚଢ଼ାଉ କରିଥିଲା। ଫଳରେ, ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘସମୟ ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ପୁଲିସ ଗୁଳିରେ ଏହି ମାଓନେତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button