ଅପରାଧ

ପତ୍ନୀ ସୁନୀତା ଓ ମନ୍ତ୍ରୀ ଆତିଶୀଙ୍କୁ ଭେଟିବା ପରେ କ’ଣ କହିଲେ କେଜ୍ରିୱାଲ… – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଏବଂ କ୍ୟାବିନେଟ ମନ୍ତ୍ରୀ ଆତିଶୀଙ୍କୁ ସୋମବାର ତିହାର ଜେଲରେ ଭେଟଛନ୍ତି। ସ୍ୱାମୀଙ୍କୁ ଭେଟିବା ପାଇଁ ହୋଇଥିବା ଆବେଦନକୁ ତିହାର ଜେଲ୍‌ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିବା ସୁନୀତା କେଜ୍ରିୱାଲଙ୍କୁ ସୋମବାର ବୈଠକ ପାଇଁ ଅନୁମତି ମିଳଥିଲା ବୋଲି ଆପ୍‌ କହିଛି।

ବୈଠକ ପରେ ଆତିଶୀ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚରାଯିବାରୁ କେଜ୍ରିଓ୍‌ାଲ ସ୍କୁଲ ପିଲା ବହି ପାଉଛନ୍ତି କି ନାହିଁ ଏବଂ ମୋହଲ୍ଲା କ୍ଲିନିକକୁ ଔଷଧ ଯୋଗାଣ ହେଉଛି କି ବୋଲି ତାଙ୍କୁ ପଚାରିଥିଲେ।

ରବିବାର ଦିନ ଆପ୍‌ କହିଥିଲା ଯେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ଦେଇନାହାନ୍ତି, କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଙ୍ଗଳବାର କେଜ୍ରିୱାଲଙ୍କୁ ଭେଟିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button