ଅପରାଧ

ଗର୍ଭବତୀ ସ୍ତ୍ରୀ ପାଇଁ ଜୋମାଟୋରୁ ସ୍ବାମୀ ମଗାଇଥିଲେ ନିରାମିଷ ଖାଦ୍ୟ, ପହଞ୍ଚିଲା ଚିକେନ ଥାଳି – Kalinga News

[ad_1]

ନୂଆଦିଲ୍ଲୀ: କ୍ରମାଗତ ଭାବେ ଅନଲାଇନ ଖାଦ୍ୟକୁ ନେଇ ଗ୍ରାହକମାନେ ଅସନ୍ତୁଷ୍ଟ ହେବାର ଘଟଣା ସାମ୍ନାକୁ ଆସୁଛି। ନିକଟରେ ଜଣେ ଗ୍ରାହକ ନିରାମିଷ ଖାଦ୍ୟ ମଗାଇଥିବା ବେଳେ ତାଙ୍କ ପାଖରେ ଆମିଷଯୁକ୍ତ ଖାଦ୍ୟ ଆସି ପହଞ୍ଚିବାର ଅଭିଯୋଗ ହୋଇଥିଲା।

ଏଭଳି ସମାନ ଘଟଣା ବେଙ୍ଗାଲୁରୁରେ ବସବାସ କରୁଥିବା ଶୋଭିତ ସିଦ୍ଧାର୍ଥଙ୍କ ସହିତ ଘଟିଛି। ସେ ତାଙ୍କର ଏହି ଅସନ୍ତୁଷ୍ଟତାକୁ ଏକ୍ସରେ ସେୟାର କରି ଜୋମାଟୋକୁ ପ୍ରଶ୍ନ କରିଛନ୍ତି କି, ମୁଁ ସିଦ୍ଧାର୍ଥ। ପନୀର ଅର୍ଡର କରିଥିଲି। କିନ୍ତୁ ମୋ ପାଖକୁ ଏକ ଚିକେନ ଥାଳି ଆସି ପହଞ୍ଚିଥିଲା। ପନୀର ମୁଁ ମୋର ଅନ୍ତସତ୍ତ୍ବା ସ୍ତ୍ରୀଙ୍କ ପାଇଁ ମଗାଇଥିଲି। କାରଣ ଡାକ୍ତର ସ୍ତ୍ରୀଙ୍କୁ ଆମିଷ ଖାଇବା ପାଇଁ ମନା କରିଛନ୍ତି।ସେ ଯଦି ଉକ୍ତ ଚିକେନ ଥାଳି ଖାଇ ଅସୁସ୍ଥ ହୋଇଥାଆନ୍ତେ ତେବେ ଏଥିପାଇଁ କିଏ ଦାୟୀ ହୋଇଥାଆନ୍ତେ ମୋତେ ଏହାର ଉତ୍ତର ଆବଶ୍ୟକ।

ତେଣୁ ମୋର ଅନୁରୋଧ ଚିକେନ ଥାଳି ପଠାଇବାର କାରଣ ମୋତେ ଜଣାଇ ପାରିବେ କି? କାରଣ ମୁଁ ତ ପନୀର ଅର୍ଡର କରିଥିଲି। ‌ଯିଏ ଆମିଷ ଖାଉଛନ୍ତି ସେ ନିରାମିଷ ଖାଇ ପାରିବେ କିନ୍ତୁ ଯିଏ ନିରାମିଷ ଖାଉଛନ୍ତି ତାଙ୍କ ପାଖକୁ ଆମିଷ ଥାଳି ଆସିଲେ କିଭଳି ଲାଗିଥ‌ାଏ ମୁଁ ଶବ୍ଦରେ କହି ପାରିବି ନାହିଁ।

ଗ୍ରାହକଙ୍କ ଏଭଳି ପୋଷ୍ଟ ପରେ ଜୋମାଟୋ ପ୍ରତିକ୍ରିୟା ଦେଇ କହିଛି, “ଏଭଳି ମିଶ୍ରଣ ଖାଦ୍ୟକୁ ଆମେ ଧ୍ୟାନ ଦେବୁ। ଆଗକୁ ଯେମିତି ଏଭଳି ଭୁଲ ହେବନାହିଁ ସେଥିପ୍ରତି ଯତ୍ନଶୀଳ ହେବୁ। ଆପଣଙ୍କୁ ଆଘାତ ପହଞ୍ଚାଇଥିବାରୁ ଆମେ ଦୁଃଖୀତ। କ୍ଷମା ଚାହୁଁଛୁ।

ଏହାକୁ ଯାଞ୍ଚ କରିବାକୁ ଦୟାକରି ଆମକୁ କିଛି ସମୟ ଦିଅନ୍ତୁ, ଏବଂ ଆମେ କଲ୍ କିମ୍ବା ଇମେଲ୍ ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିବୁ। ”

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button