ବିବାହ ପରଦିନ ନବବଧୂଙ୍କୁ ତିନତଲାକ; ମାଡ଼ ମାରି ଘରୁ ତଡ଼ି ଦେଲେ ସ୍ବାମୀ – Kalinga News

[ad_1]
ନୂଆଦିଲ୍ଲୀ: ବିବାହ ପରଦିନ ନବବଧୂଙ୍କୁ ତିନ ତଲାକ ଦେଇ ସ୍ବାମୀ ଘରୁ ତଡ଼ି ଦେଇଥିବାର ଘଟଣା ଉତ୍ତରପ୍ରଦେଶ ବରେଲରୁ ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତା ନବବଧୂ ପୁଲିସରେ ଅଭିଯୋଗ କରି କହିଛନ୍ତି, ଗତ ମଇ ୧୯ ତାରିଖରେ ମୋ ବିବାହ ଭୋଜିପୁରା ଅଞ୍ଚଳର ସେଦପୁର ଚୁନ୍ନୀଲାଲ ଗ୍ରାମରେ ରହୁଥିବା ଯୁବକଙ୍କ ସହିତ ଧୁମଧାମରେ ହୋଇଥିଲା। ଦୁଇ ପରିବାର ଏହି ବିବାହକୁ ନେଇ ବେଶ ଖୁସିଥିଲେ। କିନ୍ତୁ ହଠାତ ବିବାହ ପରଦିନ ସ୍ବାମୀ ମୋତେ କିନ୍ନର କହି ଘରୁ ତଡ଼ି ଦେଇଥିଲେ।
କ’ଣ କରିବି କିଛି ବୁୂଝି ନପାରି ମୁଁ ମୋ ବାପ ଘରକୁ ଚାଲି ଆସିଥିଲେ। ବାପଘର ଲୋକ ମୋର ଡାକ୍ତରୀ ପରୀକ୍ଷା କରିଥିଲେ। ଏହି ପରୀକ୍ଷା ରିପୋର୍ଟ ନର୍ମାଲ ଆସିଥିଲା। ଡାକ୍ତର କହିଲେ ମୁଁ ମା’ ହୋଇପାରିବି। ଏହା ସତ୍ତ୍ବେ ବି ସ୍ବାମୀ ମୋତେ ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି। କିନ୍ତୁ ଶାଶୁଘର ଲୋକ ମୋତେ ଆପଣାଇବାକୁ ରାଜି ଅଛନ୍ତି।
ମୁଁ ଖବର ପାଇଛି କି ମୋ ସ୍ବାମୀଙ୍କୁ ମୁଁ ପସନ୍ଦ ନୁହେଁ ମୋ ସାନ ଭଉଣୀ ପସନ୍ଦ। ତେଣୁ ସେ ମୋତେ ତଲାକ ଦେଇ ତାକୁ ବିବାହ କରିବାକୁ ଯୋଜନା କରିଛନ୍ତି। କାରଣ ସେ ଜାଣିଛନ୍ତି ଆମ ସମ୍ପ୍ରଦାୟରେ ଏକରୁ ଅଧିକ ବିବାହ ଅତି ସାଧାରଣ କଥା।’
ପୀଡ଼ିତା ନବବଧୂଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ନବବଧୂଙ୍କ ସ୍ବାମୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ତିନ ତଲାକକୁ ନେଇ ପୀଡ଼ିତାଙ୍କ ସ୍ବାମୀଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳି ପାରି ନଥିଲା।
[ad_2]