ଧକ୍କା ହେବାପରେ କାର ଭିତରେ ପଶିଗଲା ଓଟ: ଭିଡିଓ ଦେଖନ୍ତୁ – Kalinga News

[ad_1]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରେ ରାସ୍ତାରେ ଯାତାୟାତ କରୁଥିବା ବେଳେ ଅନେକ ପଶୁପକ୍ଷୀ ଗାଡ଼ି ସହିତ ଧକ୍କା ହୋଇଯାଉଥିବାର ଭିଡିଓ ବି ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଏମିତି ଏକ ଭିଡିଓ ରାଜସ୍ଥାନର ହନୁମାନଗଡ ଜିଲ୍ଲାରୁ ଆସିଛି। ଯେଉଁଥିରେ ଏକ ଓଟ କାର ସହିତ ଧକ୍କା ହୋଇ ଫସି ରହିଥିବା ଦେଖିବାକୁ ମିଳୁଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୁନ୍ ୮ତାରିଖ ଶନିବାର ରାତିରେ ଏକ ଓଟ ଓ କାର ମଧ୍ୟରେ ଧକ୍କା ହୋଇଥିଲା। କାରଟି ଓଟକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଓଟଟି କାରର ସାମ୍ନାପାର୍ଶ୍ବରେ ପଶି ଯାଇଥିଲା।
ଏଦୃଶ୍ୟ ଦେଖି ପଥଚାରୀ ଓ ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ସମସ୍ତେ ମିଳିତ ଭାବେ ଅନେକ ପରିଶ୍ରମ କରିବା ପରେ କାର ଭିତରୁ ଓଟକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
कार ऊंट से टकरा गई…हादसा हनुमानगढ़ के नोहर में हुआ बताया जा रहा है… pic.twitter.com/m6QFFhaS5C
— LP Pant (@pantlp) June 8, 2024
ଓଟ ଶରୀରର କିଛିସ୍ଥାନରେ ଆଘାତ ହୋଇ ରକ୍ତ ବାହାରୁ ଥିଲା। ଯାହାକୁ ଲୋକେ ଘରୋଇ ଉପଚାର ଦ୍ବାରା ଠିକ କରି ଓଟକୁ ତାର ବାଟରେ ଯିବାକୁ ଦେଇଥିଲେ।
ଭିଡିଓରେ ଦେଖିପାରିବେ ଓଟ କାର ଭିତରେ କିଭଳି ଭୟାବହ ଅବସ୍ଥାରେ ଫସି ରହିଛି। ଏଦୃଶ୍ୟକୁ ଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ।
[ad_2]