ଅପରାଧ
ବାପକୁ ପିଟିପିଟି ମାରିଲା ପୁଅ, ଅଭିଯୁକ୍ତ ଫେରାର – Kalinga News

[ad_1]
ଯୁଯୁମୁରା: ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କଲା ସୈତାନ ପୁଅ। ବାପାକୁ ହତ୍ୟା କରି ଫେରାର ମାରିଲା ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା। ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଜଣାପଡିନାହିଁ ।
[ad_2]