ରାଜନୀତି

ବିଜେଡି ସରକାର ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛି: ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]

ଘରଘର ବୁଲି ପ୍ରଚାର କଲେ, ଖଲ୍ଲିକୋଟରେ ବିଜେପି କର୍ମୀଙ୍କ ହତ୍ୟାର ନିନ୍ଦା କଲେ

ସମ୍ବଲପୁର: ‘‘ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନରେ ରହିବା ପରେ ବି ସମ୍ବଲପୁରକୁ ଅବହେଳା କରାଯାଉଛି। ସମ୍ବଲପୁର ପ୍ରତି ଏକପ୍ରକାର ବୈମାତୃକ ମନୋଭାବ ପୋଷଣ କରାଯାଇଛି।’’ ବୋଲି ଗୁରୁବାର ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତବଲାପଡ଼ା, ଷ୍ଟେସନପଡ଼ା ଅଞ୍ଚଳରେ ଘରକୁଘର ବୁଲି ପ୍ରଚାର କରିଛନ୍ତି। ଜନସାଧାରଣଙ୍କୁ ମୋଦୀ ଗ୍ୟାରେଣ୍ଟି ଓ ବିଜେପିର ସଂକଳ୍ପ ପତ୍ର ବିତରଣ କରିଛନ୍ତି। ସମ୍ବଲପୁରକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି। ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କ୍ରମାଗତ ଭାବରେ ବିଜେପିର ସମର୍ଥନ ବଢ଼ୁଛି। ମୋଦୀଙ୍କ ପ୍ରତି ଲୋକମାନଙ୍କ ଭଲ ପାଇବା ଶ୍ରଦ୍ଧା ବଢ଼ୁଛି। ମୋଦୀଙ୍କ ଉପରେ ଲୋକମାନଙ୍କର ଆଶା ଓ ବିଶ୍ୱାସ ଅଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ପ୍ରତି ସମର୍ଥନ ସେତିକି ବଢ଼ିବାରେ ଲାଗିଛି।

ତୁଳନାତ୍ମକ ଭାବେ ବିଜେଡି ସେତିକି ହିଂସ୍ର ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏହା ନିନ୍ଦନୀୟ । ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ସମର୍ଥନ ହରାଉଥିବା ବିଜେଡିର ଲୋକମାନେ ଆଜି ରକ୍ତମୁଖା ହେଉଛନ୍ତି। ଓଡ଼ିଶାରେ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ଭଳି ମୁଖ୍ୟ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିଛନ୍ତି। ଜଣକୁ ଭଡ଼ାରେ ଆଣିଛନ୍ତି। ଓଡ଼ିଶାରେ ଏତେ ଲୋକ ଅଛନ୍ତି କେହି ଜଣେ ମିଳିଲେ ନାହିଁ। ଜଣେ ଭଡ଼ାଟିଆକୁ ଆଣି ଓଡ଼ିଶାର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଭୂଲୁଣ୍ଠିତ କରୁଛନ୍ତି। ଏଥର ସିଏ ହାରିବେ। ରାଜ୍ୟରେ ଲୋକମାନଙ୍କୁ ମୌଳିକ ସୁବିଧା ଦେଇପାରୁନଥିବା ସରକାରଙ୍କୁ ଲୋକମାନେ ବଦଳାଇ ବିଜେପି ସରକାର କରିବା ପାଇଁ ମନ ବନେଇସାରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଜେପି ସରକାରରେ ଲୋକଙ୍କ ଉନ୍ନତି ଓ ବିକାଶ ହିଁ ପ୍ରାଥମିକତା। ଓଡ଼ିଶାରେ ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ। ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ପକ୍କା ଘର ଦିଆଯିବା ସହ ଜମି ପଟ୍ଟା ଦେବାର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ। ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ରେଙ୍ଗାଲି ନିର୍ବାଚନମଣ୍ଡଳୀର ମାତୃଶକ୍ତି, ଅନେକ କର୍ମୀ ଓ ଯୁବସାଥୀଙ୍କୁ ଦଳରେ ସ୍ୱାଗତ କରିଥିଲେ। ସମ୍ବଲପୁରର ସାମାଜିକ ସ୍ତରର ବିଭିନ୍ନ ସଂଗଠନର ସଦସ୍ୟମାନଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button