ବୁନୁଙ୍କ ଶକ୍ତି ପ୍ରଦର୍ଶନ ବାଇଁଆଙ୍କ ସମାବେଶ – Kalinga News

[ad_1]
ଭୁବନେଶ୍ବର: ଆଜି ବିଜେଡି ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏଥିରେ ଭୁବନେଶ୍ବର ମଧ୍ୟ ଆସନ ନାହିଁ। ବଡ଼କଥା ହେଉଛି ଭୁବନେଶ୍ବର ଏକାମ୍ର ଓ ଉତ୍ତର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ମଧ୍ୟ ଝୁଲି ରହିଛି। ଉଭୟ ଏକାମ୍ର ଓ ଉତ୍ତରରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିବାରୁ ମଧ୍ୟରେ ମଧ୍ୟ ଅପରିବର୍ତ୍ତିତ ରହିବା ଆଶାରେ ଅନନ୍ତ ନାରାୟଣ ଜେନା(ବୁନୁ) ଉଦ୍ୟମ ଜାରି ରଖିଛନ୍ତି। ଆଜି ମଧ୍ୟ ନିର୍ବାଚନମଣ୍ଡଳୀର ସବୁ ବିଜେଡି କର୍ପୋରେଟର ଓ କିଛି ପୂର୍ବତନ କର୍ପୋରେଟର ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ବୁନୁଙ୍କ ଟିକେଟ୍ ପାଇଁ ଲବି କରିଛନ୍ତି। ସେପଟେ ଟିକେଟ୍ ଲବିରେ ଥିବା ଅମରେଶ ଜେନା(ବାଇଁଆ) ଓ ରୁଦ୍ର ସାମନ୍ତରାୟ ମିଳିତ ଭାବେ ସମାନ୍ତରାଳ ସଭା କରିଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀରେ ଏଭଳି ବିବାଦ ଥିବାରୁ ଟିକେଟ୍ କିଏ ପାଇବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ଶ୍ରୀମୟୀ ମିଶ୍ରଙ୍କୁ ଏଠାରେ ଥଇଥାନ କରାଯିବା ଚର୍ଚ୍ଚା ରହିଥିବାରୁ ଉଭୟ ବୁନୁ ଓ ବାଇଁଆଙ୍କ ମଧ୍ୟରୁ କେହି ପ୍ରାର୍ଥୀ ନହେବା ଆଶଙ୍କା ରହିଛି। ସେପଟେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଥିବାରୁ ସେ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ଯେତେ ବିଳମ୍ବ ହେବ ଓ ନୂଆ ପ୍ରାର୍ଥୀଙ୍କୁ ଯଦି ଟିକେଟ୍ ମିଳିବ ତେବେ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ହେବା ଆଶଙ୍କା କରାଯାଉଛି। ଆଜି ଏକ ବିରାଟ ଶୋଭାଯାତ୍ରାରେ ବୁନୁ ନବୀନ ନିବାସ ପହଞ୍ଚିଥିଲେ। ତାଙ୍କ ସହିତ ଦଫାଦଫାରେ କର୍ପୋରେଟର ଓ ପୂର୍ବତନ କର୍ପୋରେଟରମାନେ ଶହଶହ ସମର୍ଥକଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ୨୯ ନମ୍ବର ୱାର୍ଡରୁ ସେକ୍ ନିଜାମୁଦ୍ଦିନ୍ ନେତୃତ୍ବ ନେଇଥିବା ବେଳେ ୩୩ରୁ ଦିଲ୍ଲୀପ ଜେନା, ୩୯ରୁ ମିଲନ ପାଇକରାୟ ଓ ୩୭ରୁ ନବ ବେହେରା ଓ ଅନ୍ୟ ସମସ୍ତ ୱାର୍ଡରେ ବର୍ତ୍ତମାନର କର୍ପୋରେଟରମାନେ ନେତୃତ୍ବ ନେଇଥିଲେ। ବୁନୁଙ୍କୁ ଟିକେଟ୍ ଦେବା ପାଇଁ ସେମାନେ ଦାବି କରିବା ସହ ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି। ସନ୍ଧ୍ୟାରେ ବୁନୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ସେହିଭଳି ବାଇଁଆ ଓ ରୁଦ୍ର ସାମନ୍ତରାୟ ଏକାଠି ପ୍ରଚାର ଜାରି ରଖିଛନ୍ତି। ‘ସମ୍ପର୍କ ଯାତ୍ରା’ ନାମରେ ୩୭ ନମ୍ବର ୱାର୍ଡ ୟୁରେକା କ୍ଲବ୍ ପାଖରେ ହୋଇଥିବା ଏକ ସମାବେଶରେ ଉଭୟଙ୍କ ମଧ୍ୟରୁ ଯାହାକୁ ଟିକେଟ୍ ମିଳିଲେ ଅନ୍ୟ ଜଣେ ସମର୍ଥନ କରିବ ବୋଲି କହିଛନ୍ତି। ଏଥିରେ ପୂର୍ବତନ ମେୟର ମିହିର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଅର୍ଜୁନ ବେହେରା, ବର୍ତ୍ତମାନର କର୍ପୋରେଟର ବନ୍ଦିତା ପାଲ, ପୂର୍ବତନ କର୍ପୋରେଟର ରମାକାନ୍ତ ସାମନ୍ତରାୟ, ଉମାନାଥ ମିଶ୍ର, ନରେନ୍ ସାହୁ, ଗୁରୁ ଚରଣ ସାହୁ, ରାଜ କିଶୋର ସାହୁ, ଭାନୁମତି ଦାସ, ପ୍ରଭୁ ସାମଲ, ସଂଯୁକ୍ତା ମହାନ୍ତି ଓ ସୁଶାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
[ad_2]