ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ ପାଇଁ ଟ୍ରାଫିକ କଟକଣା – Kalinga News

[ad_1]

ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍‌ ସୋ କରିବେ। ମୁଖ୍ୟମନ୍ତ୍ରୀ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍‌ ହାଉସ୍‌ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁକେଶ୍ବର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍‌ ସୋ’ ଯିବ। ଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ଧାରା ୮) ଏବଂ ପୁଲିସ କମିସନରେଟ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ଟ୍ରାଫିକ କଟକଣା ‌ଲାଗୁ କରାଯାଇଛି।

ଅପରାହ୍ଣ ସାଢ଼େ ୪ରୁ ରୋଡ୍‌ ସୋ’ ସରିବା ପର୍ଯ୍ୟନ୍ତ ୟୁନିଟ-୬ ସ୍ଥିତ ଗଙ୍ଗନଗର ଛକଠାରୁ ଏଲ୍‌ଆଇସି ଅଫିସ ଛକଠାରୁ ବାମପାର୍ଶ୍ବ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ୍‌ ଛକଠାରୁ ଡାହାଣ ପାର୍ଶ୍ବ ରାସ୍ତାଦେଇ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ବାଲୁଙ୍କେଶ୍ବର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବଠାରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ବେହେରା ସାହି ଛକ, ନିକୋପାର୍କ ଛକ, ବାୟାବାବା ମଠଠାରୁ ବାମପାର୍ଶ୍ୱ ରାସ୍ତାଦେଇ ରୁପାଲୀ ଛକଠାରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳିରାସ୍ତାରୁ କୌଣସି ପ୍ରକାରର ଯାନବାହନ ପ୍ରବେଶ କରିବାକୁ ଦିଆଯିବ ନାହିଁ। ତେଣୁ ଉପରୋକ୍ତ ରାସ୍ତ‌ାରେ ନଯାଇ ଅନ୍ୟରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀବାସୀଙ୍କୁ ଅନୁରୋଧ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button