କ୍ରିକେଟ୍ ଯାତ୍ରାରେ ଉତ୍ଥାନ ଅପେକ୍ଷା ପତନର ଅଧିକ ସାମ୍ନା କରିଛନ୍ତି ରୋହିତ – Kalinga News
[ad_1]
ମୁମ୍ବାଇ: ଗତବର୍ଷ ଦିନିକିଆ ବିଶ୍ବକପ୍ରେ ଭଲ ପ୍ରଦର୍ଶନ ସତ୍ତ୍ବେ ଭାରତୀୟ ଦଳ ଫାଇନାଲ୍ରେ ପରାସ୍ତ ହୋଇଥିଲା। ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ବିରାଟ କୋହଲିଙ୍କଠୁ ଜାତୀୟ ଦଳର ନେତୃତ୍ବ ଦାୟିତ୍ବ ଗ୍ରହଣ କରିବା ପରଠୁ ଭାରତର ପ୍ରଦର୍ଶନ ଭଲ ରହିଛି। କିନ୍ତୁ ଆଇସିସି ଟ୍ରଫି ମରୁଡ଼ି ଜାରି ରହିଛି। ଏବେ ଭାରତକୁ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତାଇବା ପାଇଁ ରୋହିତ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏକ ସାକ୍ଷାତକାରରେ ରୋହିତ ତାଙ୍କ କ୍ରିକେଟ୍ ଜୀବନ ବିଷୟରେ କହିଥିଲା ବେଳେ ଉତ୍ଥାନ ଅପେକ୍ଷା ପତନର ସାମ୍ନା ଅଧିକ କରିଥିବା କହିଛନ୍ତି। ରୋହିତ କହିଛନ୍ତି, ‘‘୧୭ ବର୍ଷ ଧରି କ୍ରିକେଟ୍ ଯାତ୍ରା ବହୁତ ଭଲରେ କଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆହୁରି କିଛି ବର୍ଷ ଖେଳିବାକୁ ଆଶା ଅଛି ଏବଂ ବିଶ୍ବ କ୍ରିକେଟ୍ରେ ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରହିଛି। ଦେଶର ନେତୃତ୍ବ ନେବା ଏକ ସମ୍ମାନର କଥା। ଏଭଳି ଦିନ କେବେ ଆସିବ ବୋଲି ଭାବି ନଥିଲି। କିନ୍ତୁ ଲୋକମାନେ କହନ୍ତି, ଭଲ ଲୋକମାନଙ୍କ ସହିତ ସବୁବେଳେ ଭଲ ହୋଇଥାଏ।’’ ରୋହିତ ଭାରତୀୟ ଦଳ ସହିତ ବହୁଦିନ ଧରି ରହିଥିଲେ ମଧ୍ୟ ଆଇପିଏଲ୍ ଜୀବନରେ ଅଧିକ ସଫଳତା ପାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ବିଜେତା କରାଇଛନ୍ତି ସେ। ଜଣେ ଅଧିନାୟକ ଭାବେ ବ୍ୟକ୍ତିଗତ ପ୍ରଦର୍ଶନ କିମ୍ବା ମାଇଲ୍ଖୁଣ୍ଟ ପଛରେ ଧାଇଁବା ଅପେକ୍ଷା ପଡ଼ିଆରେ ୧୧ଜଣଙ୍କ ପ୍ରଦର୍ଶନ ଦଳକୁ ପ୍ରଭାବିତ କରିଥାଏ। ଜୀବନରେ ଅନେକ ଉତ୍ଥାନ ଓ ପତନ ଦେଇ ଗତି କରିଛି। ତେଣୁ ଆଜି ମୁଁ ଯାହା ହୋଇପାରିଛି ସେଥିପାଇଁ ଅତୀତରେ ଗତି କରିଥିବା ପତନ ସମୟ ଦାୟୀ ବୋଲି ରୋହିତ କହିଛନ୍ତି।
[ad_2]