ଆପତ୍ତିଜନକ ପୋଷ୍ଟ୍ ପାଇଁ ନଡ୍ଡାଙ୍କୁ ସମନ – Kalinga News
[ad_1]
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପି ଦ୍ବାରା କରାଯାଇଥିବା ଏକ ଆପତ୍ତିଜନକ ପୋଷ୍ଟ୍ ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କୁ ଆଜି ବେଙ୍ଗାଲୁରୁ ପୁଲିସ ସମନ କରିଛି। କଂଗ୍ରେସର ଅଭିଯୋଗକ୍ରମେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଉଭୟ ନଡ୍ଡା ଏବଂ ମାଲବିୟଙ୍କୁ ସମନ କରାଯାଇଛି। ସେମାନଙ୍କୁ ହାଜର ହେବାପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି। କର୍ଣ୍ଣାଟକ ବିଜେପି ବିଭାଗ ଦ୍ବାରା କରାଯାଇଥିବା ପୋଷ୍ଟକୁ ପ୍ରତ୍ୟାହାର କରିନେବାପାଇଁ ନିର୍ବାଚନ କମିସନ ଏକ୍ସକୁ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ନଡ୍ଡା ଏବଂ ମାଲବୀୟଙ୍କୁ ସମନ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ସଂରକ୍ଷଣ ରାଜନୀତିରେ କଂଗ୍ରେସ ମୁସଲମାନଙ୍କୁ ସମର୍ଥନ କରୁଛି ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରାଯାଇଥିବାରୁ ଏନେଇ କର୍ଣ୍ଣାଟକ ବିଜେପି ମୁଖ୍ୟ ବି ୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି। କର୍ଣ୍ଣାଟକ ବିଜେପି ଦ୍ବାରା ପୋଷ୍ଟ୍ କରାଯାଇଥିବା ଭିଡିଓରେ ଦର୍ଶାଯାଇଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏସସି, ଏସଟି ଏବଂ ଓବିସିଙ୍କ ତୁଳନାରେ ମୁସଲମାନଙ୍କୁ ଅଧିକ ପାଣ୍ଠି ଦେଉଛନ୍ତି। କଂଗ୍ରେସ ଏହି ଭିଡିଓଙ୍କୁ ସାଂପ୍ରଦାୟିକ ବିଭେଦ ପ୍ରୟାସ ଦର୍ଶାଇ ବିଜେପି ବିରୋଧରେ ଏକ ଏତଲା ରୁଜୁ କରିଥିଲା।
[ad_2]