ଅପରାଧ

ମନି ଲଣ୍ଡରିଂ ମାମଲା: ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ମନ୍ତ୍ରୀ ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କର ଜଣେ ଘରୋଇ ସହାୟକଙ୍କ ଫ୍ଲାଟ୍‌ରୁ ୩୫ କୋଟିରୁ ଅଧିକ ଟଙ୍କା ଜବତ ହେବା ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ଆଲମଙ୍କୁ ମଙ୍ଗଳବାର ରାଞ୍ଚି ସ୍ଥିତ ଇଡି ଅଫିସରେ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା ଏବଂ ତାଙ୍କୁ ଆଜି ପୁଣିଥରେ ଜେରା ପାଇଁ ଡକାଯାଇଥିଲା। ତେବେ ତଦନ୍ତରେ ସେ ସହଯୋଗ କରିନଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ଇଡି କହିଛି।

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକ ‌ଜାହଙ୍ଗୀର ଆଲମଙ୍କର ରାଞ୍ଚିରେ ଥିବା ଫ୍ଲାଟ୍‌ରୁ ଗତ ସପ୍ତାହରେ ୩୫.୨୩ କୋଟି ଜବତ ହୋଇଥିଲା ଏବଂ ତାଙ୍କର ଅନ୍ୟ ଏକ ଠିକଣାରୁ ୧.୫ କୋଟି ଜବତ ହୋଇଥିଲା। ତାଙ୍କ ବାସଭବନରୁ ଇଡି ମୋଟ୍‌ ୩୭ କୋଟି ଜବତ କରିଥିଲା। ଏହାର ଠିକ୍‌ ଦିନକ ପରେ ଲାଲ୍‌ ଏବଂ ଜାହଙ୍ଗୀର ଆଲମ ପିଏମ୍‌ଏଲଏ ଅଧୀନରେ ଗିରଫ ହୋଇଥିଲେ ଏବଂ ସେମାନେ ଏବେ ଇଡି ହାଜତରେ ରହିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ ଆଲମ ଏବଂ ତାଙ୍କ ବ୍ୟକ୍ତିଗତ ସହଯୋଗୀ ସଂଜୀବ ଲାଲ୍‌ଙ୍କ ବିରୋଧରେ ଥିବା ମାମଲା ଝାଡ଼ଖଣ୍ଡ ଟେଣ୍ଡର ଦୁର୍ନୀତି ମାମଲା ସହ ଜଡ଼ିତ। ଅଭିଯୋଗ ଅନୁଯାୟୀ ସଂଜୀବ ଲାଲ୍‌ଙ୍କ ତତ୍ତ୍ବାବଧାନ‌ରେ ବିଭିନ୍ନ ଟେଣ୍ଡର୍‌ ପ୍ରକ୍ରିୟାରେ ବିପୁଳ ଟଙ୍କା ସଂଗ୍ରହ କରାଯାଉଥିଲା ଏବଂ ବଣ୍ଟାଯାଉଥିଲା। ଉଲ୍ଲେଖଯୋଗ୍ୟ, ୭୦ ବର୍ଷୀୟ କଂଗ୍ରେସ ନେତା ଆଲମ ପ୍ରଥମେ ୨୦୦୦ ମସିହାରେ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ‌ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ‌ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ଗିରଫ ହେବାର କିଛି ମାସ ପରେ ଆଜି ସେ ଗିରଫ ‌‌ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button