ଅପରାଧ

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ବି ଚୂନ ମାରିଲେ: ୫୯ ଲକ୍ଷ ନେଇଗଲେ ଠକ – Kalinga News

[ad_1]

ଭୁବନେଶ୍ବର: ବିଭିନ୍ନ ଲୋଭର ବଶବର୍ତ୍ତୀ କରାଇ ଧୂର୍ତ୍ତ ସାଇବର ଠକମାନେ ଉଚ୍ଚ ଶିକ୍ଷିତମାନଙ୍କୁ ଠକିବା କିଛି ନୂଆ କଥାନୁହେଁ। କିନ୍ତୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ସାଇବର ଠକଙ୍କ ଫନ୍ଦିରେ ଫସିବା ଭଳି ଘଟଣା ନଜରକୁ ଆସିଛି। ପୁଞ୍ଜିନିବେଶରୁ ୨ ଗୁଣ ଲାଭ ମିଳିବାର ଲୋଭ ଦେଖାଇ ଠକ ସିଏଙ୍କୁ ୫୯ ଲକ୍ଷ ଟଙ୍କାର ଚୂନ ଲଗାଇଛି। ଠକାମିର ଶିକାର ହୋଇଥିବା ବୁଝିବା ପରେ ସିଏ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ପାଖାପାଖି ୫ମାସ ପୂର୍ବେ ସିଏଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଲିଙ୍କ‌୍ ଆସିଥିଲା। ସେଥିରେ ପୁଞ୍ଜିନିବେଶରୁ ଦୁଇଗୁଣ ଅର୍ଥ ମିଳିବ ବୋଲି ଉଲ୍ଲେଖ ଥିଲା। ଲିଙ୍କ୍‌ରୁ ଠକ ସିଏଙ୍କ ନମ୍ବର ନେଇ ତାଙ୍କୁ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଡ଼ିଥିଲା। ଠକ ଉକ୍ତ ଗ୍ରୁପ୍‌ରେ କେବଳ ନିଜ ସଦସ୍ୟଙ୍କୁ ଆଡ୍‌ମିନ୍‌ ରଖୁଥିଲା। ସେମାନେ ସେଥିରେ ମିଛ ଖବର ଦେଉଥିଲେ। ବିପୁଳ ଲାଭ ହୋଇଥିବାରୁ ଖୁସିରେ ଗ୍ରୁପ୍‌ ମୁଖ୍ୟଙ୍କୁ ଉପହାର ବାବଦରେ ରୋଲେକ୍ସ ଘଡ଼ି ଓ କାର୍‌ ଦେବାକୁ କହୁଥିଲେ। ଏଭଳି ମେସେଜ୍‌ ଦେଖି ଦେଖି ଶେଷରେ ସିଏ ଲୋଭରେ ପଡ଼ିଗଲେ। ପୁଞ୍ଜିନିବେଶ ପାଇଁ ଗ୍ରୁପ୍‌ରେ ଦିଆଯାଇଥିବା ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ। ଏହାପରେ ଠକ ତାଙ୍କ ସହ ଯୋଗାଯୋଗ କରିଥିଲା। ପ୍ରଥମେ ସେ କମ୍‌ ଟଙ୍କା ବିନିଯୋଗ କରିଥିଲେ ଏବଂ ସତକୁ ସତ ୨ ଗୁଣା ଅର୍ଥ ଫେରି ପାଇଥିଲେ। ବିଶ୍ବାସ ବଢ଼ିବା ପରେ ସେ ଏକାଥରକେ ୪୦ ଲକ୍ଷ ଟଙ୍କା ବିନିଯୋଗ କଲେ। କିନ୍ତୁ ମୂଳ କି ଲାଭ ଫେରିପାଇନଥିଲେ। ସେ ଠକ ସହ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ପୁଣି ଭୁଆଁ ବୁଲାଇଥିଲା। ବିଭିନ୍ନ ଆଳ କରି ତାଙ୍କୁ ଆଉ ୧୯ ଲକ୍ଷ ଟଙ୍କା ଜମା କରିବାକୁ କହିଲା। ସିଏ ତା’ କଥା ମାନିଲେ। ମାତ୍ର ଏହାପରେ ସେହି ଗ୍ରୁପ୍‌ ଉଭାନ ହୋଇଯାଇଥିଲା। ଏମିତିକି ଫୋନ୍‌ ବି ସୁଇଚ୍‌ ଅଫ୍ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button