ଅପରାଧ

ପ୍ରେମ ପାଇଁ ଡାଇ ଡ୍ରାମା: ପ୍ରେମିକ ଗିରଫ – Kalinga News

[ad_1]

ସମ୍ବଲପୁର: ପ୍ରେମ ପାଇଁ ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ପ୍ରେମିକ ଜଣକ ସକାଳୁ ସକାଳୁ ଯୁବତୀଙ୍କ ଘରେ ହାଜର ହୋଇଯାଇଥିଲେ। କାହିଁକି କଥା ହେଉନୁ, ଦୂରେଇ ଯାଉଛୁ, କିଏ ମନା କରିଛି କି, ଏମିତି ଅନେକ ପ୍ରଶ୍ନ ପଚାରି ଚାଲିଲେ। ଶେଷରେ ଯୁବତୀ ଜଣକ ପ୍ରେମ କରିବା ପାଇଁ ମନା କରିବାରୁ ଯୁବକ ଜଣକ ରାଗି ଯାଇଥିଲେ। ତାପରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା।

ଯୁବତୀଙ୍କ ହାତକୁ ସାମାନ୍ୟ କାଟିବା ପରେ ନିଜ ହାତକୁ ପ୍ରେମିକଜଣକ ବଳପୂର୍ବକ କାଟି ଚାଲିଥିଲେ। ସୂଚନା ପାଇ କ୍ଷେତରାଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକକୁ ନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ପୁଲିସ ହାଇ ଡ୍ରାମା କରିଥିବା ଟାଉନ୍‌ ଥାନା ଅଞ୍ଚଳର ଶୁଭମ ମହାନ୍ତି(୩୦)କୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button